
ମାଲକାନଗିରି-ମାଲକାନଗିରି ଜିଲ୍ଲା ଆନନ୍ଦ ମାର୍ଗ ଉନ୍ନତି ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୩୦ ବର୍ଷରୁ ଉର୍ଦ୍ଧ୍ବ ହେବ ମାଲକାନଗିରି ନୂଆଗୁଡା ସ୍ଥିତ ଏକ ଜାଗାରେ ଗରିବ ଲୋକମାନଙ୍କ ପାଇଁ ପାଠପଢା ଏବଂ ରିଲିଫ ସହିତ ଚିନ୍ତା ଏବଂ ଚେତନାର ଭାବ ଜାଗ୍ରତ କରିଆସୁଛି ଏହି ଅନୁଷ୍ଠାନ । ମୁଖ୍ୟ ଅତିଥି ଭାବରେ ମାଲକାନଗିରି ପୁର୍ବତନ ବିଧାୟକ ମାନସ ମାଡକାମି ଯୋଗ ଦେଇ ଉକ୍ତ ଅନୁଷ୍ଠାନ ର ସମସ୍ତ ସମସ୍ୟା ଉପରେ ବିଶେଷ ଭାବେ ଆଲୋଚନା କରି ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଚାର୍ଯ୍ୟ ସ୍ଵାମୀ ମୋର୍ମାନନ୍ଦ,ଆଚାର୍ଯ୍ୟ ସ୍ଵାମୀ ପରିପୂର୍ଣ୍ଣ ନନ୍ଦ,ବିଶିଷ୍ଠ ସମାଜସେବୀ ତଥା ମାଲକାନଗିରି ବାଣିଜ୍ୟ ସଂଘ ସଭାପତି ସୁରେଶ ସୋମାନୀ ,ଉତ୍କଳ ସମ୍ମିଳନି ସଭାପତି ଡ଼ଃ ରଞ୍ଜନ କୁମାର ସ୍ୱାଇଁ,ସମାଜସେବୀ ବିନାଶ କୁମାର ମିଶ୍ର ,ଡ଼ଃ ଦୀପକ ସାହୁ,କେ.ରାହୁଲ,ଗଣେଶ କୋଚିମ,କାର୍ତ୍ତିକ କୋଚିମ, ଚନ୍ଦ୍ର ଶେଖର ପୁଜାରି,ବି.ବିଭୁତି ଭୂଷଣ,ସତ୍ୟଜିତ ଗୌଡ଼,ପରମେଶ୍ୱର ବାଘ,ଗପବନ୍ଧୁ ବାଘ ପ୍ରମୁଖ ଉପସ୍ଥିତ ଥିଲେ ।