ସିଲିଗୁଡି, ନେପାଳରୁ ଭାରତକୁ ପ୍ରବେଶ ଉଦ୍ୟମ ବେଳେ ଜଣେ ପାକିସ୍ତାନୀ ମହିଳା ଓ ଛୁଆକୁ ଧରିଛନ୍ତି ସୀମାନ୍ତରେ ମୁତୟନ ସଶସ୍ତ୍ର ସୀମା ବଳ । ଧରାପଡିଥିବା ପାକିସ୍ତାନୀ ମହିଳାଙ୍କ ନାମ ସାଇସ୍ତା ହନିଫ, ତାଙ୍କ ବୟସ 62 ବର୍ଷ ବୋଲି ଜଣାପଡିଛି । ସେହିପରି ତାଙ୍କ ସହ ଜଣେ 11 ବର୍ଷୀୟ ବାଳକ ରହିଛି, ତାର ନାମ ଆର୍ଯ୍ୟନ ବୋଲି ଜଣାପଡିଛି । ଧରାପଡିଥିବା ମହିଳା ଜଣକ ପାକିସ୍ତାନ କରାଚୀର ବାସିନ୍ଦା । ତଦନ୍ତ ପାଇଁ ମହିଳା ଓ ନାବାଳକଙ୍କୁ ଖୋରାବାଡି ଥାନାକୁ ପଠାଇ ଦିଆଯାଇଛି ।
Related Stories
September 19, 2024