
ବଲାଙ୍ଗିର- ଲୋଇସିଂହା ବ୍ଲକ୍ ର ସମନ୍ବିତ ଶିଶୁ ସୁରକ୍ଷା ବିକାଶ ସଭାଗୃହ ଠାରେ ଲୋଇସିଂହା ବ୍ଲକ୍ ପାଇଁ ବିଜୁ କନ୍ୟା ରତ୍ନ ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଲିଲିମା ବେହେରା। ତାଙ୍କ ଅଧ୍ୟକ୍ଷତାରେ ବିଜୁ କନ୍ୟା ରତ୍ନ ଯୋଜନାର ଲୋଗୋ ଉନ୍ମୋଚନ କରି ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଲୋଇସିଂହା ବ୍ଲକ୍ ର ଗୋଷ୍ଠି ଊନ୍ନୟନ ଅଧିକାରୀ ଯୁଧିଷ୍ଟିର ମେହେର, ସିଡ଼ିପୀଓ ଗାୟତ୍ରୀ ବାରିକ, ଲୋଇସିଂହା ସରପଞ୍ଚ ନବ କିଶୋର ନାୟକ, ବ୍ଲକ୍ ଶିକ୍ଷାଧିକାରୀ ଲିନା ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଶିଶୁ ମଙ୍ଗଳ ସମିତିର ସନ୍ଧ୍ୟାରାଣି ପଣ୍ଡା, ସୀତାରାମ ହୋତା ଉପସ୍ଥିତ ରହି ଲୋଗୋ ଉନ୍ମୋଚନ କରିଥିଲେ।
ସୁରକ୍ଷା ଅଧିକାରୀ ଚୁଡ଼ାମଣି ପଣ୍ଡା ଉକ୍ତ ବୈଠକର ପରିଚାଳନା କରି ପୋଷ୍ୟ ସନ୍ତାନ ଗ୍ରହଣ ଓ ବିଭିନ୍ନ ଯୋଜନା ଉପରେ ଜଣାଇଥିଲେ। ଏହି ଅବସରରେ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ଆଶିର୍ବାଦ ଯୋଜନାର ସହାୟତା ରାଶି, ଯୋଜନା ଉପରେ ଓ ପୃଷ୍ଠପୋଷକତା ସହାୟତା ରାଶି ଓ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଜଣାଇଥିଲେ। ବ୍ଲକ୍ ସ୍ତରୀୟ କମିଟିର ସଭ୍ୟ, ସଭ୍ୟାଙ୍କ କାର୍ଯକ୍ରମ ସାମାଜିକ କର୍ମୀ ଅରୁଣ କୁମାର ଖୁଅସ ଉକ୍ତ ଯୋଜନାର ଉପରେ ଆବଶ୍ୟକୀୟ ନଥି ପତ୍ର ଉପରେ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେବାଶିଷ ପଟେଲ ଓ କୈଳାସ ନନ୍ଦ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।