କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଅଗ୍ରଣୀ ସାମାଜିକ ଅନୁଷ୍ଠାନ”ଆପଣଙ୍କ ସେବାରେ ” ତରଫରୁ ଶିଶୁଦିବସ ସମାରୋହ ଖୁଵ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ସ୍ଥାନୀୟ ସ୍ୱର୍ଗଦ୍ୱାର ସ୍ଥିତ ବେଦଭବନ ନ୍ୟାସ ବିଦ୍ୟାଳୟ ସଦଭାବନା ଗୃହ ପରିସରରେ ପାଳିତ ହୋଇଯାଇଅଛି l କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧକ୍ଷ ଶ୍ରୀ ଅଜିତ ମହାପାତ୍ର ଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ଛୋଟ ପିଲା ମାନଙ୍କ ଦ୍ୱାରା ବେଦପାଠ ଓ ଦେଶାତ୍ମ ବୋଧ ସଂଗୀତ ଦ୍ୱାରା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇ ଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ମୁକ୍ତ ମଣ୍ଡପ ର ପୂର୍ବତନ ସମ୍ପାଦକ ଶ୍ରୀ ଭଗବାନ ମହାପାତ୍ର, ପୂର୍ବତନ ବିଚାରପତି ଶ୍ରୀ ରବୀନ୍ଦ୍ର ଭଟ୍ଟାଚାର୍ଯ୍ୟ, ବେଦଭବନ ନ୍ୟାସ ର ଅଧକ୍ଷ ପଣ୍ଡିତ ଶ୍ରୀ ଅରୁଣ ମିଶ୍ର, ସମ୍ପାଦକ ଶ୍ରୀ ବିଜୟକୃଷ୍ଣ ବ୍ରହ୍ମl, ଆପଣଙ୍କ ସେବାରେ ଅନୁଷ୍ଠାନ ର ରାଜ୍ୟ ସଭାପତି ଶ୍ରୀ ଜିତେନ୍ଦ୍ର ମହାପାତ୍ର, ରାଜ୍ୟ ମହାସଚିବ ଶ୍ରୀ ଚିତ୍ତରଞ୍ଜନ ବିଶ୍ୱାଳ, ବରିଷ୍ଠ ମାର୍ଗଦର୍ଶକ ଶ୍ରୀ ମନୋଜ ରଥ, ଶ୍ରୀ ଜଗନ୍ନାଥ ଧାମ ଶାଖାର ସଭାପତି ଶ୍ରୀ ଦେବାନନ୍ଦ ମିଶ୍ର, ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ମିଶ୍ର, ଶିଶୁସମାଚାର ପତ୍ରିକା ର ସମ୍ପାଦକ ସୁକାନ୍ତ ପଣ୍ଡା, ବିଶିଷ୍ଠ ଶିକ୍ଷାବିତ ଶ୍ରୀମତୀ ରେଣୁକା ମିଶ୍ର,ପ୍ରମୁଖ ଯୋଗ ଦେଇଥିଲେ l ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଜିତ ମହାପାତ୍ର ତାଙ୍କ ବକ୍ତବ୍ୟରେ ପିଲା ମାନଙ୍କର ଉନ୍ନତି ପାଇଁ ଅନୁଷ୍ଠାନ କିପରି କାର୍ଯ୍ୟ କରୁଛି ସେ ସମ୍ବନ୍ଧରେ ପିଲା ମାନଙ୍କୁ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ l ବରିଷ୍ଠ ମାର୍ଗଦର୍ଶକ ଶ୍ରୀ ମନୋଜ ରଥ ମହୋଦୟ ଶିଶୁ ହସିଲେ ଦେଶ ହସିବ ବୋଲି ବିଭିନ୍ନ ଉଦାହରଣ ଛଳରେ ପିଲାମାନଙ୍କୁ ବୁଝାଇଥିଲେ l ରାଜ୍ୟ ସଭାପତି ଶ୍ରୀ ଜିତେନ୍ଦ୍ର ମହାପାତ୍ର ଅଭିଭାବକ ମାନଙ୍କୁ ପିଲାମାନଙ୍କର ଉପଯୁକ୍ତ ଦାୟିତ୍ୱ ନେଇ ତାଙ୍କୁ ମଣିଷ କରିବା ପାଇଁ ପରାମର୍ଶ ଦେଇଥିଲେ l ଶିଶୁଦିବସ ଅବ୍ୟବହିତ ପୂର୍ବରୁ ବିଦ୍ୟାଳୟ ସ୍ତରରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଏହି କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯାଇ ଥିଲା l କୁନି କୁନି ପିଲାମାନଙ୍କ ଦ୍ୱାରା ପାରିବେଶିତ କ୍ଷୁଦ୍ର ନାଟକ ଓ ନୃତ୍ୟ ଗୀତ ଖୁଵ ମନ ଛୁଆଁ ଥିଲାl କାର୍ଯ୍ୟକ୍ରମ ଶେଷ ଭାଗରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲାl ମଞ୍ଚ ପରିଚାଳନା ରାଜ୍ୟ ମୁଖପାତ୍ର ଓ ଗଣମାଧ୍ୟମ ପ୍ରଭାରୀ ଶ୍ରୀ ଜଗଦୀଶ ପ୍ରଧାନ ଙ୍କ ଦ୍ୱାରା କରାଯାଇଥିଲା l କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଦସ୍ୟା /ସଦସ୍ୟ ବିନୋଦ ସେନାପତି, ଦେବେନ୍ଦ୍ର ମହାରଣା, ଦିବ୍ୟରଞ୍ଜନ ଦାସ, ପୁଷ୍ପିତା ପଟ୍ଟନାୟକ, ଲକ୍ଷ୍ମୀ ପ୍ରିୟା ସାହୁ, ଅନୁପମା କର, ମିତା ବାରିକ, ସୁଲେଖା ମିଶ୍ର,କୃଷ୍ଣ ଚନ୍ଦ୍ର ମିଶ୍ର, ସୌମ୍ୟଶ୍ରୀ ଆଶୀର୍ବାଦମ, ଶ୍ୟାମସୁନ୍ଦର ମହାପାତ୍ର, ଗୌରବ ପାସୋରିଆ, ବିଭୁତି ଭୂଷଣ ମିଶ୍ର, ସୁଦର୍ଶନ ସାହୁ, ଶ୍ୟାମସୁନ୍ଦର ହାଲଦାର,ରବୀନ ପଣ୍ଡା, ମନୋଜ ମିଶ୍ର, ଅର୍ଚନା କର , ମୀରା ରାଣୀ ଦେବୀ, ସନ୍ଧ୍ୟାରାଣୀ ସେଠି,ଶଶାଙ୍କ ପ୍ରଧାନ, ଶ୍ରବଣ ପ୍ରଧାନ, ଚନ୍ଦନ ବ୍ରହ୍ମl, ସିସେନ ପ୍ରତିହାରୀ,ମାନସ ଦଳବେହେରା, ସୁମନ ଶତପଥୀ, ବିବେକ ମୋହନ ଦାସ, ଅକ୍ଷୟ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ l
Related Stories
November 23, 2024