ଭୁବନେଶ୍ୱର, ଆସନ୍ତାକାଲି ଠାରୁ ପୁରୀ ଜଗମୋହନ ଓ ନାଟମଣ୍ଡପ ମରାମତି କାମ ଆରମ୍ଭ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଆସନ୍ତା ୨୪ ତାରିଖ ଠାରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲା ଏ ଏସ ଆଇ, ମାତ୍ର ଏହାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଛନ୍ତି । ଆମିକସ କ୍ୟୁରୀ ମରାମତି କାର୍ଯ୍ୟର ଅନୁଧ୍ୟାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ୧୫ ଦିନ ବ୍ୟବଧାନରେ ମରାମତିର ଅଗ୍ରଗତି ରିପୋର୍ଟ ଆମିକସ କ୍ୟୁରୀ ହାଇକୋର୍ଟକୁ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଡିସେମ୍ବର ୪ ତାରିଖରେ ମାମଲାର ପରବର୍ତୀ ଶୁଣାଣି କରାଯିବ ।
Related Stories
November 5, 2024