ଧର୍ମଶାଳା– ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ୩୧ ନଂ ଓ ୩୬ନଂ ଜୋନ ଅନ୍ତର୍ଗତ ସମସ୍ତ ପଂଚାୟତରେ ଓଡିଶା ପ୍ରଦେଶ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନହିତକର ବିଶ୍ୱକର୍ମା ଯୋଜନା ଘରେ ଘରେ ପଂହଚାଇବା ପାଇଁ ଉଦ୍ୟମ ଜାରି ରହିଛି । ଏହି ଅବସରରେ ଓଡିଶା ପ୍ରଦେଶ ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକ ବିବେକାନନ୍ଦ ଜେନାଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଏହି ଜୋନ ଅନ୍ତର୍ଗତ ରସୁଲପୁର ବ୍ଲକର ଝାଲପଡା,ମଙ୍ଗରାଜପୁର ଓ ରାଉତରାପୁର ପଂଚାୟତରେ କୌଳିକବୃତିକୁ ଅବଲମ୍ବନ କରିବ ନିଜ ନିଜ ପରିବାର ଚଳାଉଥିବା ଜାଲ ବୁଣାକାର,କମାର ଓ କଂସାରୀ କାମରେ ନିୟୋଜିତ ଥିବା ଜନସାଧାରଣଙ୍କୁ ସାକ୍ଷାତ କରି ସେମାନେ କିପରିଭାବେ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱକର୍ମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିବେ ଓ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇ ପାରିବେ ଏନେଇ ସଚେତନ କରାଇଥିଲେ । କାର୍ଯ୍ୟକ୍ରମରେ ଗଗନ ଘଡାଇ,ସୂର୍ଯ୍ୟକାନ୍ତ ମଲ୍ଲିକ,ପ୍ରଶାନ୍ତ ଦାସ,ଆଦିକନ୍ଦ ରାଉତ,କଳ୍ପତରୁ ସାହୁ,ଚିତ ରଂଜନ ଗନ୍ତାୟତ,ନିଶିକାନ୍ତ ବିଶ୍ୱାଳ,ଅଚ୍ୟୁତାନନ୍ଦ ମହାଳିକ ଓ ଦେବାଶିଷ ସିଅଙ୍କ ସମେତ ବରିଷ୍ଠ ବିଜେପି କର୍ମକର୍ତା ସାମିଲ ହୋଇ ଜନସାଧାରଣଙ୍କୁ ଏହି ଯୋଜନାର ସମ୍ପର୍କରେ ଅବଗତ କରାଇଥିଲେ ।
Related Stories
November 23, 2024