ପୂର୍ବାହ୍ନରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନ ପରିସରରେ ଦଳୀୟ ପତାକା ଉତୋଳନ କରିଥିଲେ । ପରେ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ କଂଗ୍ରେସ ଭବନ ଠାରେ ଆୟୋଜିତ “ଦେଶ ବଂଚାଅ – ସମ୍ବିଧାନ ବଂଚାଅ” ଶୀର୍ଷକ ଏକ ବୈଠକ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଥିଲା । ଶ୍ରୀ ପଟ୍ଟନାୟକ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ କଂଗ୍ରେସ ଦଳ ଆଜି ୧୩୪ ବର୍ଷରେ ପଦାର୍ପଣ କରୁଛି । ଏହି ଦଳର ଜଣେ ସୈନିକ ହିସାବରେ ଆମ୍ଭେମାନେ ଆଜି ଗର୍ବିତ । ଦେଶର ଏକତା, ଅଖଣ୍ଡତା ଓ ସଂହତି କଂଗ୍ରେସର ମୂଳଲକ୍ଷ୍ୟ ଥିଲା । କିନ୍ତୁ ଆଜି ସମ୍ବିଧାନକୁ ଛିନ୍ନଭିନ୍ନ କରିବାକୁ ବିଜେପି ପକ୍ଷରୁ ଉଦ୍ୟମ କରାଯାଉଛି । ସେଥିପ୍ରତି କଂଗ୍ରେସ କର୍ମୀ ତଥା ଜନସାଧାରଣ ସତର୍କ ରହିବା ଦରକାର । ସେହିଭଳି ବିଜେଡି ସରକାର କେନ୍ଦ୍ରରେ ବିଜେପି ସରକାରକୁ ସମର୍ଥନ ଦେଉଥିବା ବେଳେ ରାଜ୍ୟରେ ବିରୋଧ କରି ଦୋମୁହାଁ ନୀତି ଆପଣାଉଥିବାରୁ ସେ ସମାଲୋଚନା କରିଥିଲେ । ଆଜି ଦେଶ ଯେଭଳି ଭାବରେ ଖଣ୍ଡ ବିଖଣ୍ଡିତ ଆଡକୁ ଗତି କରୁଛି ସେଥିପ୍ରତି ସମସ୍ତ କର୍ମୀ ଦେଶ ବଂଚାଅ – ସମ୍ବିଧାନ ବଂଚାଅ ପ୍ରତି ଜାଗ୍ରତ ପ୍ରହରୀ ଭାବରେ କାର୍ଯ୍ୟ କରିବାକୁ ନିବେଦନ କରିବା ସହ ଶ୍ରୀ ପଟ୍ଟନାୟକ ଭାରତର ସମ୍ବିଧାନ ପ୍ରସ୍ତାବନା ପାଠ କରିଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ ଏଆଇସିସି ସଂପାଦକ ଶ୍ରୀ ରୁଦ୍ର ରାଜୁ, ଏଆଇସିସି ମୁଖପାତ୍ର ଅଖିଳେଶ ପ୍ରତାପ ସିଂ, ଜୟଦେବ ଜେନା, ଶରତ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ ପ୍ରମୁଖ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ, ଆଦର୍ଶ ଏବଂ ବଳିଦାନ ସଂପର୍କରେ ଆଲୋକପାତ କରି କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କଂଗ୍ରେସ ନେତା ଶ୍ରୀ ମାନସ ଚୌଧୁରୀ ପରିଚାଳନା କରିଥିବା ବେଳେ ଶ୍ରୀ ଅନନ୍ତ ପ୍ରସାଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ପତାକା ଉତୋଳନ କାର୍ଯ୍ୟକ୍ରମକୁ ସେବାଦଳ ପକ୍ଷରୁ ଶ୍ରୀ ମନୋଜ ଜେନା ଓ ଶ୍ରୀ ଜ୍ୟୋତିଷ କୁମାର ସାହୁ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମ ପରେ “ଦେଶ ବଂଚାଅ – ସମ୍ବାଧାନ ବଂଚାଅ ଉଦେ୍ଧଶ୍ୟରେ ହଜାର ହଜାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ବିଭିନ୍ନ ସରକାର ବିରୋଧି ସ୍ଲୋଗାନମାନ ଦେଇ କଂଗ୍ରେସ ଭବନରୁ ବାହାରି ରାଜମହଲ ଛକ ଦେଇ ପୁଣି କଂଗ୍ରେସ ଭବନ ଠାରେ ପହଂଚିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, କିଶୋର ଚନ୍ଦ୍ର ପଟେଲ, ଗୁରୁପଦ ନନ୍ଦ, ଗଣେଶ୍ୱର ବେହେରା, ସମୀର କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ପଂଚାନନ କାନୁନ୍ଗୋ, ଚିନ୍ମୟ ପ୍ରସାଦ ବେଉରା,ଏମ୍ ପରବିନ୍, ନିହାର ବଳ, ନିହାର ରଂଜନ ମହାପାତ୍ର, ରଂଜିତା ରାଉତ, ଆଲୋକ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।