ଭୁବନେଶ୍ୱର – ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ ରାଜ୍ୟ ସରକାରଙ୍କ ବିରୋଧରେ ଗତକାଲିଠାରୁ ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମରେ ରାଜ୍ୟବ୍ୟାପୀ ବ୍ଲକ୍ ଘେରାଉ କରାଯାଉଛି । ଏହି କ୍ରମରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଜନ ଆକ୍ରୋଶ ସମାବେଶ ତଥା ବନ୍ତ ବ୍ଲକ୍ ଘେରାଉରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ, ସୁଧାଂଶୁ ନାୟକ, ବଦ୍ରି ନାରାୟଣ ଧଳଙ୍କ ସମେତ ଅନେକ ସ୍ଥାନୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।