କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସଂପୂର୍ଣ୍ଣ ନିଷେଧ । ଜାନୁଆରୀ ୧ ତାରିଖରୁ କଡ଼ାକଡ଼ିଭାବେ ଏହି ନିୟମ ଲାଗୁ ହେବ । ଏ ନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି । ପାନ , ଗୁଟଖା ଖାଇ ଶ୍ରୀମନ୍ଦିର ପରିସରକୁ ନ ଯିବା ପାଇଁ ଏବେ ଲୋକମାନଙ୍କ ସଚେତନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି। ଜାନୁଆରୀ ୧ରୁ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ପଡ଼ିବ । ଶ୍ରୀମନ୍ଦିର ଭିତରେ କେହି ପାନ ଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ଭକ୍ତ କି ସେବାୟତ କେହି ପାନ ଓ ଗୁଟଖା ସେବନ କରି ଶ୍ରୀମନ୍ଦିରକୁ ଯାଇ ପାରିବେନି । ବରାହ ପୁରାଣ ଆଧାରରେ ଏହି କଟକଣା କରାଯାଇଛି।
ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ପୂର୍ବରୁ ପାଞ୍ଚଶହ ଟଙ୍କା ଜରିମାନା କରାଯାଇଥିଲେ ମଧ୍ୟ ବ୍ଯବସ୍ଥା ଗତ ତ୍ରୁଟି ଯୋଗୁଁ ସଠିକ ଭାବେ କାର୍ଯ୍ଯକାରୀ ହୋଇପାରିନଥିଲା। ତେବେ ଏହା କୌଣସି କଟକଣା ନୁହେଁ ମହାପ୍ରଭୁଙ୍କ ଆଦେଶ ବୋଲି ମାନିବା ଦରକାର। ବରାହ ପୁରାଣ ଓ ନିଳାଦ୍ରୀ ମହୋଦୟରେ ଏହା ଉପରେ ଉଲ୍ଲେଖ ରହିଛି। ତାମ୍ବୁଳ ସେବନ କଲେ ଏହା ସେବା ଅପରାଧ ବୋଲି ଉଲ୍ଲେଖ ରହିଛି। ସେହି ଆଧାରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି କଟକଣାକୁ ଲାଗୁ କରିଥିବା ସୂଚନା ଦେଇଛନ୍ତି ।
Related Stories
September 20, 2024
September 20, 2024