କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶିଶୁଦିବସ ଅବସରରେ ଅଠରନଳାସ୍ଥିତ ଭଗବତୀ ବିଦ୍ୟା ନିକେତନ ଏବଂ ଶିକ୍ଷାଶ୍ରୀ ଶିଶୁ ପାଠାଗାରର ମିଳିତ ସହଯୋଗରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ପଠନ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ‘ପଞ୍ଚମ ପିଲାଙ୍କ ବହିମେଳା’ ସ୍ଥାନୀୟ ଆଖଣ୍ଡଳମଣି ତପୋବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ ଏହି ମେଳାକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଠାଗାର ପ୍ରତିଷ୍ଠାତା ସଂପାଦକ ରମେଶ ଚନ୍ଦ୍ର ଦାଶ, ଭଗବତୀ ବିଦ୍ୟା ନିକେତନର ସଂପାଦକ ମହେନ୍ଦ୍ର ବିଶୋଇ, ସହ-ସଂପାଦକ ଲକ୍ଷ୍ମୀଧର ମାଝୀ, ପ୍ରଧାନ ଶିକ୍ଷୟିତ୍ରୀ କ୍ରିଷ୍ଣା କୁମାରୀ ଦେଈ, ସାହିତ୍ୟିକ ପ୍ରଭାତ ଚନ୍ଦ୍ର ରଥ, ଜାତୀୟ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି, ସତ୍ୟ ନାରାୟଣ ମିଶ୍ର, ଶିଶୁସାହିତ୍ୟିକ ଡ.ହେମନ୍ତ କୁମାର ଛୋଟରାୟ, ଶିଶୁସାହିତ୍ୟିକା ଦୁର୍ଗାବତୀ ପ୍ରଧାନ, କବିତା ମିଶ୍ର, ସାହିତ୍ୟିକ ପର୍ଶୁରାମ ପାତ୍ର, କାଶୀନାଥ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ବହିମେଳାକୁ ବିଭିନ୍ନ ବିଦ୍ୟାଳୟର ଶତାଧ୍ଵକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ବୁଲି ଦେଖିବା ସହିତ ଅନେକ ନୂତନ ଓ ପୁରାତନ ପୁସ୍ତକ ସହିତ ପରିଚିତ ହୋଇଥିଲେ ।
ସେହିପରି ଅପରାହ୍ଣରେ ବିଦ୍ୟାଳୟ ପକ୍ଷରୁ କୁନିକୁନି ଛାତ୍ରଛାତ୍ରୀମାନଙ୍କର ଏକ କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନର୍ସରୀ ଠାରୁ ସପ୍ତମ ଶ୍ରେଣୀର ମୋଟ ୧୪୫ଜଣ ପ୍ରତିଯୋଗୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ରଂଗଶାଳାର ନିର୍ଦ୍ଦେଶକ ବିକ୍ରମ ସାହୁ, ମଞ୍ଚ ଅଭିନେତା ବିକାଶ ଦତ୍ତ, ସମୀର ଆଶ୍ଚର୍ଯ୍ୟ, କାଳୁ ଦାସ, ମହେନ୍ଦ୍ର କୁମାର ଦାଶ ଏବଂ ପ୍ରଦୀପ କୁମାର ଦାସ ପ୍ରମୁଖ ଅତିଥ୍ୟ ବିଷ୍ପରକ ରୂପେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ଗୁରୁଜୀ, ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।