
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶିଶୁ ଦିବସ ଅବସରରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମାରୁତି ନଗର, ପୁରୀ ପରିସରରେ ୨ଟି ପର୍ଯ୍ୟାୟରେ ଶିଶୁ ଦିବସ ଉତ୍ସବ ପାଳିତ ହୋଇଯାଇଛି।ପ୍ରାତଃ ପର୍ଯ୍ୟାୟରେ ଆଚାର୍ଯ୍ୟା ଶ୍ରୀମତୀ ରଜନୀ ମହାପାତ୍ର ଶିଶୁମାନଙ୍କୁ ପଣ୍ଡିତ ନେହେରୁଙ୍କ ଆଦର୍ଶ ମୂଲ୍ୟ ବୋଧ ଉପରେ ଆଲୋକପାତ କରିବା ସହିତ ଦିବା ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟିର ସଦସ୍ୟ ତଥା ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ସାରଙ୍ଗଧର ଷଡ଼ଙ୍ଗୀ ଯୋଗ ଦେଇ ଶିଶୁଦିବସର ମହତ୍ତ୍ଵ ବିଷୟରେ ଶିଶୁ ଭାଇଭଉଣୀମାନଙ୍କୁ ବୁଝାଇଥିଲେ। ଆଚାର୍ଯ୍ୟା ସୌଦାମିନୀ ପ୍ରଧାନ ନେହେରୁଙ୍କ ବାଲ୍ୟକାଳରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନାଚାର୍ଯ୍ୟ ବିନୋଦ କୁମାର ସେନାପତି, ଆଚାର୍ଯ୍ୟା ଅନୀତା ଜେନା ପରିଚାଳନା କରିବା ସହିତ ଶିଶୁମାନଙ୍କୁ ଆଚାର୍ଯ୍ୟାମାନେ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟଟି ସୂଚାରୁ ରୂପେ ସଂପାଦନ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଆଚାର୍ଯ୍ୟା ମଧୁଚ୍ଛନ୍ଦା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।