
ଜୟପୁର, ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଶ୍ୟାମ ମେହେରଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଯଜ୍ଞେଶ୍ଵର ପଣ୍ଡା ,ବିଶ୍ୱରଞ୍ଜନ ଗୌଡ,ଶିକ୍ଷୟିତ୍ରୀ ପପିତା ପ୍ରଧାନ ଉପସ୍ଥିତ ରହି ଶିଶୁ ଦିବସ ଉପରେ ଅଭିଭାଷଣ ରଖି ଛାତ୍ର ଛାତ୍ରୀମାନଙ୍କୁ ଉଦବୁଦ୍ଧ କରାଇଥିଲେ ।ପ୍ରଧାନ ଶିକ୍ଷକ ଶ୍ରୀ ମେହେର ବିଦ୍ୟାର୍ଥୀର ପଞ୍ଚ ଲକ୍ଷଣ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରାଇଥିଲେ।ଛାତ୍ରଛାତ୍ରୀମାନେ ମଧ୍ୟ ଶିଶୁ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ନରେଶ କୁମାର ଷଡ଼ଙ୍ଗୀ, ଦେବେନ୍ଦ୍ର ପାଢ଼ୀ, ପ୍ରଭାତ କୁମାର ରଥ, ଶିକ୍ଷୟିତ୍ରୀ ପ୍ରଭାତୀ ପାଣିଗ୍ରାହୀ, ସୁବର୍ଣ୍ଣ କୁମାରୀ ଖିଲଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ଶୁଭସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।