ହରିଦ୍ଵାର– ପତଞ୍ଜଳି ବିଶ୍ଵବିଦ୍ୟାଳୟ, କେନ୍ଦ୍ରୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଗବେଷଣା ପରିଷଦ (ସିସିଆରୱାଇଏନ), ନୂଆଦିଲ୍ଲୀ ଏବଂ ଏନଆଇଏନ ପୁଣେ ହରିଦ୍ଵାର, ଉତରାଖଣ୍ଡରେ ଷଷ୍ଠ ପ୍ରାକୃତିକ ଚିକିତ୍ସା ଦିବସର ଆୟୋଜନ କରିବାକୁ ଯାଉଛି ।
ଏହି ଅବସରରେ ସିସିଆରୱାଇଏନ ତଥା ପତଞ୍ଜଳି ବିଶ୍ଵବିଦ୍ୟାଳୟର ମିଳିତ ତତ୍ଵାବଧାନରେ ନେଚରପ୍ୟାଥି ଫର ହଲିଷ୍ଟିକ୍ ହେଲ୍ଥ (ସମଗ୍ର ସ୍ଵାସ୍ଥ୍ୟ ପାଇଁ ପ୍ରାକୃତିକ ଚିକିତ୍ସା) ବିଷୟ ଉପରେ ୧୮ ଓ ୧୯ ନଭେମ୍ବରରେ ଦୁଇ ଦିବସୀୟ ଆନ୍ତର୍ଜାତିକ ସମ୍ମିଳନୀର ଆୟୋଜନ କରାଯିବ । ଏହି ସମ୍ମିଳନୀ ପତଞ୍ଜଳି ବିଶ୍ଵବିଦ୍ୟାଳୟ, ହରିଦ୍ଵାରର ସଭାଗାରରେ ଅନୁଷ୍ଠିତ ହେବ । ପତଞ୍ଜଳି ଯୋଗପୀଠ, ସିସିଆରୱାଇଏନ, ଏନଆଇଏନ ଏବଂ ବିଶ୍ଵ ପ୍ରାକୃତିକ ଚିକିତ୍ସା ମହାସଂଘର ସହଯୋଗରେ ଦ୍ବିତୀୟ ଥର ପ୍ରାକୃତିକ ଚିକିତ୍ସା ଉପରେ ଆନ୍ତର୍ଜାତିକ ସମ୍ମିଳନୀର ଆୟୋଜନ କରିବାକୁ ଯାଉଛି । ଏହି ସମ୍ମିଳନୀରେ ଦେଶ ବିଦେଶର ଛାତ୍ର, ଶିକ୍ଷକ, ଶୋଧକର୍ତା, ବ୍ୟବସାୟୀ ଏବଂ ଶିକ୍ଷାବିତ୍ ଯୋଗଦେଇ ପ୍ରାକୃତିକ ଚିକିତ୍ସା କ୍ଷେତ୍ରରେ ଅବସର ଏବଂ ଚ୍ୟାଲେଞ୍ଜ ଉପରେ ବିଚାର ବିମର୍ଶ କରିବେ ।