
ସୁବର୍ଣ୍ଣପୁର– ୭୦ ତମ ଅଖିଳ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ଆଜି ସକାଳ ୭ଟା ସମୟରେ ଜିଲ୍ଲା ସ୍ତରୀୟ ଗଣ ଦୌଡକୁ ସ୍ଥାନୀୟ ରୟାଲ ପଡିଆ ଠାରୁ ବିମଳେନ୍ଦୁ ରାୟ, ଜିଲ୍ଲାପାଳ ସୁବର୍ଣ୍ଣପୁର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ସହକାରୀ ନିବନ୍ଧକ, ସୋନପୁର ପାଣୁ ଚରଣ ସାହୁ, ସହକାରୀ ନିବନ୍ଧକ, ବୀରମହାରାଜପୁର, ପ୍ରେମାନନ୍ଦ ଦୀପ ଓ ସମବାୟ ବିଭାଗର ସମସ୍ତ କର୍ମକର୍ତା ଗଣଦୌଡ଼ରେ ବାହାରି ସୁରେଶ୍ଵରୀ ମନ୍ଦିର ସୋନପୁର ଠାରେ ପହଂଚି ଥିଲେ। ପରେ ପରେ ଜିଲ୍ଲାପାଳ ଶ୍ରୀ ରାୟ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ସମବାୟ ସଚେତନତା ରଥକୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରି ସମବାୟ ରଥ ଜିଲ୍ଲାର ସମସ୍ତ କୋଣ ଅନୁକୋଣକୁ ସମବାୟ ସେବାର ବାର୍ତା ପହଂଚାଇବା ସହିତ ଜନସାଧାରଣ ସମସ୍ତ ସମବାୟ ସେବାର ଲାଭ ନେବାକୁ ପରାମର୍ଶ ଦେଇଛନ୍ତି। ସମବାୟ ସପ୍ତାହ ୧୪.୧୧.୨୦୨୩ ଠୁ ୨୦.୧୧.୨୦୨୩ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଳନ ହେଉଥିବା ବେଳେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆସନ୍ତା ୧୭.୧୧.୨୦୨୩ ଅପରାହ୍ନ ୩ଟା ସମୟରେ ସ୍ଥାନୀୟ ନୂତନ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ, ଅଧିକାରୀ, ଚାଷୀ, ସମବାୟବିତ ଏବଂ ଜନସାଧାରଣଙ୍କୁ ନେଇ ଅନୁଷ୍ଠିତ ହୋଇଛି। ଶ୍ରୀ ପାଣୁ ଚରଣ ସାହୁ, ସହକାରୀ ନିବନ୍ଧକ, ସୋନପୁର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।