ଉତ୍ତରକାଶୀ– ଉତ୍ତରାଖଣ୍ଡର ଉତ୍ତରକାଶୀର ଯମୁନେତ୍ରୀ ହାଇୱେରେ ଥିବା ସିଲକ୍ୟାରା ଟନେଲରେ ଫସି ରହିଛନ୍ତି 40ରୁ ଅଧିକ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ବିଫଳ ହୋଇଛି । ଏକ୍ସପର୍ଟ ଇଞ୍ଜିନିୟରଙ୍କ ସହଯୋଗରେ କରାଯାଇଥିବା ସମସ୍ତ ଉଦ୍ୟମ ବିଫଳ ରହିଛି । ଏବେ ଗାଜିଆବାଦରେ ମଗାଯାଇଥିବା ବଡ ବ୍ୟାସାର୍ଦ୍ଧ ବିଶିଷ୍ଟ ଆଙ୍ଗନ ଡ୍ରିଲିଂ ମେସିନ ସହାୟତାରେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି । ଆଙ୍ଗନ ଡ୍ରିଲିଂ ସହାୟତାରେ 900 ମିମି ବିଶିଷ୍ଟ ଏସଏସ ପାଇପକୁ ମାଟି ମଝିରେ ଫସାଇ ଗୋଟିଏ ପଟୁ ଅନ୍ୟ ପଟକୁ ପହଞ୍ଚାଯିବ । ଯଦି ଏହି ପ୍ରୟାସ ସଫଳ ହେବ ତେବେ ବଡ ବ୍ୟାସ ବିଶିଷ୍ଟ ପାଇପ ରାସ୍ତା ଦେଇ ଜୀବନ ଯୁଦ୍ଧ ଲଢୁଥିବା 40 ଶ୍ରମିକଙ୍କୁ ଏନଡିଆରଏଫ, ଏସଡିଆରଏଫ ଓ ଆଇଟିବିପିଙ୍କ ସହାୟତାରେ ବାହାରକୁ ଅଣାଯିବ ।
Related Stories
December 22, 2024