ଉତ୍ତରକାଶୀ-ବିଶ୍ୱପ୍ରସିଦ୍ଧ ଶ୍ରୀଗଙ୍ଗୋତ୍ରୀ ଧାମର ଦ୍ୱାର ଶୀତକାଳୀନ ବନ୍ଦ କରାଯାଇଛି । ଅନ୍ନକୂଟର ପବିତ୍ର ପର୍ବ ଅବସରରେ 11.45ମିନିଟ ସମୟରେ ବୈଦିକ ମନ୍ତ୍ର ଉଚ୍ଚାରଣ ପୂଜା-ଅର୍ଚ୍ଚନା ସହିତ ବିଧିବିଧାନରେ ଏହି ଦ୍ୱାରକୁ ଶୀତକାଳ ପାଇଁ ବନ୍ଦ କରାଯାଇଛି ।
ଉତ୍ତରାଖଣ୍ଡର ଚାରି ଧାମ ମଧ୍ୟରୁ ଶ୍ରୀ ଗଙ୍ଗୋତ୍ରୀ ଧାମ ଅନ୍ୟତମ । ତେବେ ଏହି ଶୀତକାଳ ବନ୍ଦ ପୂର୍ବରୁ ହଜାର ହଜାର ଶ୍ରଦ୍ଧାଳୁ ମାଆ ଗଙ୍ଗାଙ୍କ ଦର୍ଶନ କରିଥିଲେ । ଏହାପରେ ମାଆ ଗଙ୍ଗାଙ୍କ ଉତ୍ସବ ସବାରୀ ବିରାଟ ସମାରୋହରେ ମୁଖବା ଗାଁକୁ ବାହାରିଥିଲେ । ମାଆ ଚଣ୍ଡି ଦେବୀଙ୍କ ମନ୍ଦିରରେ ଆଜି ମାଆ ଗଙ୍ଗା ରାତ୍ରୀ ବିଶ୍ରାମ କରିବେ । କାଲି ମାଆ ଗଙ୍ଗାଙ୍କ ସବାରୀ ଭାଇ ଦୁଜ ବ୍ରତରେ ତାଙ୍କ ବାପଘର ମୁଖବାରେ ପହଞ୍ଚିବ । ଶୀତକାଳରେ ମାଆ ଗଙ୍ଗାଙ୍କ ଶୀତକାଳୀନ ପ୍ରବାସ ମୁଖବା ସ୍ଥିତ ଗଙ୍ଗା ମନ୍ଦିରରେ ପୂଜାର୍ଚ୍ଚନା କରାଯିବ ।ଏହି ଯାତ୍ରା ବର୍ଷରେ 9ଲକ୍ଷ 98ହଜାରରୁ ଅଧିକ ଭକ୍ତ ମାଆ ଗଙ୍ଗାଙ୍କ ଦର୍ଶନ କରିଥିଲେ ।