ରାଞ୍ଚି– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଛାଉଣୀ କରାଯାଇଛି । ରାଞ୍ଚିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ 4542 ପୋଲିସ ଅଧିକାରୀ ଓ ଯବାନଙ୍କୁ ମୁତୟନ କରାଯାଇଛି । ଏଥିରେ 10 ଆଇପିଏସ, 22 ଡିଏସପି, 60 ଇନସପେକ୍ଟର ଓ 450 ଦାରୋଗାଙ୍କ ସହିତ 4000 ଅତିରିକ୍ତ ଯବାନ ସାମିଲ ଅଛନ୍ତି । ରାଞ୍ଚିରେ ପୂରା ସୁରକ୍ଷାର ମନିଟରିଂ ଏସଏସପି ଚନ୍ଦନ କୁମାର ସିହ୍ନା କରୁଛନ୍ତି । ଖୁଣ୍ଟିରେ 2815 ପୋଲିସ ଅଫିସର ଓ ଯବାନ ମୁତୟନ କରାଯାଇଛି । ଏମାନେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ପୋଲିସ ବାହିନୀର 71 ପୋଲିସ ଇନସପେକ୍ଟର, 440 ଏଏସଆଇ ଓ ଓଭର ନିରୀକ୍ଷକ, 3ଶହ ସଶସ୍ତ୍ର ବଳ, 1569 ଲାଠିବଳ ଓ 435 ମହିଳା ସିପାହୀ ସାମିଲ ।
Related Stories
December 22, 2024