-
ରାହୁଲଙ୍କ ମେଡ୍-ଇନ୍ ଚାଇନା ବୟାନକୁ ମୋଦିଙ୍କ ନିଶାନା, କହିଲେ କେଉଁ ଦୁନିଆରେ ରହୁଛନ୍ତି ମୁର୍ଖଙ୍କ ସର୍ଦ୍ଦାର
ଭୋପାଳ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କ ମେଡ୍ ଇନ୍ ଚାଇନ ବୟାନ ଉପରେ ନିଶାନା ସାଧିଛନ୍ତି । ମୋଦି କହିଛନ୍ତି ଯେ, କଂଗ୍ରେସର ଜଣେ ମହାଜ୍ଞାନୀ କହିଥିଲେ ଯେ, ‘ଭାରତ ନିକଟରେ ମେଡ୍ ଇନ୍ ଚାଇନା ମୋବାଇଲ ଫୋନ ଅଛି । ଆରେ, ମୁର୍ଖଙ୍କ ସର୍ଦ୍ଦାର, କେଉଁ ଦୁନିଆରେ ରହୁଛ ?’ ଦେଶର ଉପଲବ୍ଧିକୁ ନଦେଖିବା ରୋଗ କଂଗ୍ରେସର ରହିଛି । ଆଜି ଭାରତ ଦୁନିଆରେ ମୋବାଇଲ୍ ଫୋନର ସବୁଠୁ ବଡ ନିର୍ମାତା ଅଟେ । କଂଗ୍ରେସ ଯେତେବେଳେ କେନ୍ଦ୍ରରେ ଥିଲା, ସେତେବେଳେ 20ହଜାର କୋଟିରୁ ବି କମ୍ ମୋବାଇଲ୍ ଫୋନ ନିର୍ମାଣ କରୁଥିଲେ । ଆଜି ଭାରତରେ ସାଢେ ତିନି ଲକ୍ଷ କୋଟି ଟଙ୍କାର ମୋବାଇଲ୍ ଫୋନ୍ ନିର୍ମାଣ ହେଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ନଭେମ୍ବର 17ରେ ଇତିହାସ ରଚିବାକୁ ଲୋକେ ଘରୁ ବାହାରିବେ । ଏହା ମଧ୍ୟପ୍ରଦେଶର ବିକାଶର ଡବଲ ଇଞ୍ଜିନକୁ ବେଗ ଦେବା ପାଇଁ ନିର୍ବାଚନ ଅଟେ । ଆମକୁ ରିପୋର୍ଟ ମିଳୁଛି ଯେ, କଂଗ୍ରେସ ପରାଜକୁ ସ୍ୱୀକାର କରି ନିଜକୁ ଭଗବାନ ଭରସାରେ ଛାଡିଦେଇଛି ।