ନୂଆଦିଲ୍ଲୀ– ବିଭିନ୍ନ ସ୍କୁଲ ଓ ସଙ୍ଗଠନର ଶିଶୁମାନେ ଆଜି ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ସବୁବେଳେ କହିଥାଉ କି ଶିଶୁମାନେ ଦେଶର ଭଭିଷ୍ୟତ ଅଟନ୍ତି । ଏହି ଭବିଷ୍ୟତକୁ ସୁରକ୍ଷିତ ରଖିବା ଓ ଏହାର ଉଚିତ ପାଳନ-ପୋଷଣ ସୁନିଶ୍ଚିତ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ଅଟେ । ରାଷ୍ଟ୍ରପତି କହିଛନ୍ତି ଯେ, ଆଜିର ଶିଶୁଙ୍କ ପାଖରେ ଟେକନିକ୍ ଅଛି, ବହୁତ ସୂଚନା ଓ ଜ୍ଞାନ ମଧ୍ୟ ରହିଛି । ସେମାନେ ଦେଶ ବିଦେଶରେ ନିଜର ପ୍ରତିଭା ଦେଖାଇପାରୁଛନ୍ତି । ଆଉ ଏହା ଆମ ସମସ୍ତଙ୍କ ଦାୟିତ୍ୱ ଯେ, ଆମେ ସମସ୍ତ ଶିଶୁଙ୍କ ପ୍ରତିଭାକୁ ସଠିକ ଦିଗ ଦେବା ଆବଶ୍ୟକ ।
Related Stories
December 22, 2024