
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଷୋଳ ଶାସନ ବୀର ନରସିଂହପୁର ଗ୍ରାମର ସାମନ୍ତ ଗଙ୍ଗାଧର ମହାପାତ୍ର (ମୂଷା ମାଷ୍ଟ୍ରେ) ଙ୍କ ୧୦୫ବର୍ଷ ବୟସ ରେ ନିଜ ଗ୍ରାମରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ମହାପାତ୍ର ଦୀର୍ଘ ବର୍ଷ ଧରି ଖଡ଼ଗପୁର ରେ ରେଳ ବିଭାଗରେ କାମ କରି ଅବସର ପରେ ନିଜ ଗ୍ରାମରେ ରହି ଆସୁଥିଲେ। ଶେଷ ପର୍ଯ୍ୟନ୍ତ ନିଜ କାମ ନିଜେ କରିପାରୁ ଥିଲେ। ପୁର୍ବରୁ ସେ ପିଲାମାନଙ୍କୁ ପାଠ ପଢ଼ାଉ ଥିବାରୁ ତାଙ୍କୁ ମୂଷା ମାଷ୍ଟ୍ରେ ବୋଲି ସମସ୍ତେ ଜାଣିଥିଲେ। ସେ ବହୁତ ଶାନ୍ତ ସ୍ନେହୀ, ପରୋପକାରୀ, ବନ୍ଧୁପ୍ରେମୀ ଓ ଅଜାତ ଶତ୍ରୁ ଥିଲେ। ନିଜ ଗାଁ କୁ ବହୁତ ଭଲ ପାଉଥିଲେ, ଗାଁ ଛାଡି କୁଆଡ଼େ ଯିବାକୁ ଇଚ୍ଛା ପ୍ରକାଶ କରୁ ନ ଥିଲେ। ଗତ କାଲି ତାଙ୍କ ମୃତ୍ୟୁ ସମୟରେ ପାଖରେ ଏକମାତ୍ର ପୁତ୍ର ସିଦ୍ଧାର୍ଥ, ବୋହୂ ସୁଧା, ନାତି ବିବେକ,ନାତୁଣୀ ଚାନ୍ଦିନୀ, ନାତୁଣୀ ଜ୍ବାଇଁ ଶ୍ରୀକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କର ଦୁଇ ଝିଅ ପ୍ରତିମା, ପ୍ରଭାତୀ, ପୁତୁରା ରମା ବଲ୍ଲଭ ରଥ, ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ଓ ବରିଷ୍ଠ ଆଡଭୋକେଟ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ର ସଦସ୍ୟ ଅଶୋକ ମହାପାତ୍ର ଙ୍କ ସମେତ ଗ୍ରାମବାସୀ ମାନେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଗ୍ରାମ ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।