
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ନଭେମ୍ବର ୧୪ ଶିଶୁ ଦିବସ ଅବସରରେ କୋଣାର୍କ ସ୍ଥିତ କୋଣାର୍କ ଉଚ୍ଚବିଦ୍ୟାଳୟ ଓ କୋଣାର୍କ ବାଳିକା ଉଚ୍ଚ ବିଦ୍ୟାଳୟ ରାଉଳପଟଣା ,ପରିସରରେ ଓଡିଶାର ପ୍ରଥମ ଗୋଷ୍ଠି ବେତାର କେନ୍ଦ୍ର ରେଡିଓ ନମସ୍କାର ଓ ୟୁଥଫର ୱାଟର ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ,ପ୍ରଧାନ ଶିକ୍ଷୟତ୍ରୀ ଉତ୍କଳିକା ବେହେରା ,ସଖି ସେଣ୍ଟର ପୁରୀ ର ପରାମର୍ଶ ଦାତା ଇତିବାଳା ପ୍ରଧାନ, ଶିକ୍ଷୟତ୍ରୀ ସୁଜାତା ସିହ୍ନା, ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି ,ଟୁନିଲତା ସ୍ୱାଇଁ, ରେଡିଓ ନମସ୍କାର ର ସଂଯୋଜିକା ଏସ୍ କାଜଲ ପ୍ରମୁଖ ଯୋଗଦେଇ ଶିଶୁ ଅଧିକାର ,ବାଲ୍ୟବିବାହ,ଘରୋଇ ହିଂସା ,ଶିଶୁ ଶ୍ରମିକ, ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରିଥିଲେ | ପରେ ପରେ ରେଡିଓ କାର୍ଯ୍ୟକ୍ରମ “ଶିଶୁ ହସିଲେ ଦୁନିଆ ହସେ” ପିଲାମାନଙ୍କୁ ଶୁଣାଯାଇଥିଲା ଏବଂ ଦୁଇଟି ବିଦ୍ୟାଳୟ ର ୩୦୦ ରୁ ଉର୍ଦ୍ଧ ପିଲାମାନଙ୍କୁ ନେଇ ଶିଶୁ ଦିବସ ସମ୍ପର୍କରେ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ କରାଯାଇଥିଲା | ପ୍ରଥମ,ଦ୍ୱିତୀୟ ,ତୃତୀୟ ଓ ଶାନ୍ତନା ମୂଳକ ଭାବେ ୧୦ ଜଣ ପିଲାଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଏହିପରି ରେଡିଓ ନମସ୍କାରର ଅଭିନବ ପ୍ରୟାସ ଦ୍ଵାରା ଶିଶୁମାନେ ନିଜେ ସ୍ଵାଧୀନଭାବେ ମତବ୍ୟକ୍ତ କରିବାର ସୁଯୋଗ ପାଇବେ ଯାହା ସେମାନଙ୍କୁ ଭବିଷ୍ୟତରେ ସୁନ୍ଦର ନାଗରିକ ଭାବେ ଗଢି ତୋଳିବାରେ ସାହାଯ୍ୟ କରିବ ବୋଲି ରେଡିଓ ନମସ୍କାର ର ଅଧ୍ୟକ୍ଷ ଏନ୍ ଏ ଶାହା ଅନସାରୀ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ରୋଜାଲିନ୍ ପ୍ରଧାନ ବର୍ଷାରାଣୀ ବିଶ୍ବାଳ,ସୁଶାନ୍ତି ଜେନା, ଆକାଂକ୍ଷା ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।