ବଲାଙ୍ଗିର– ଜିଲ୍ଲା ବ୍ରାହ୍ମଣ ମହାସଭା ନୂଆଖାଇ ଭେଟଘାଟ ସଭାରେ ନବେ ବର୍ଷ ବର୍ଷୀୟାନ ବ୍ରାହ୍ମଣ ଦେବତା ମାନଙ୍କର ଉପସ୍ଥିତି ଆୟୋଜକ ମାନଙ୍କ କାମ୍ୟ ଥିଲା। ସମୁଦାୟ ୧୨ ଜଣ ବାୟୋବୃଦ୍ଧ ଯୋଗ ଦେବାର ଥିଲା, ମାତ୍ର ବିଶେଷ ଅସୁବିଧା ହେତୁ ତନ୍ମଧ୍ୟରୁ ପାଞ୍ଚ ଜଣ ଯୋଗଦେଇ ପାରି ନଥିଲେ। ସେମାନେ ହେଲେ ସର୍ବଶ୍ରୀ ଯାଜ୍ଞାକର ମିଶ୍ର, ଝାରବଲାଙ୍ଗୀର, ବିରେନ୍ଦ୍ର କୁମାର ନାୟକ ଓ ମୂରଲୀଧର ନାୟକ, ରୁଗୁଡ଼ିପଦା, ଅଶ୍ଵିନୀ କୁମାର ପାଣିଗ୍ରାହୀ, ପେଲେସ ଲାଇନ, ଦଶରଥ ମିଶ୍ର, ମାଳପଡ଼ା।
ଆଜି ସକାଳୁ ସଭାପତି ଧନଞ୍ଜୟ ମିଶ୍ର ଓ ସଂଗଠନ ସମ୍ପାଦକ କିଶୋର ପୁରୋହିତ ଝାରବଲଙ୍ଗିର ଯାଇ ଯାଜ୍ଞକର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ତାପରେ ବଲାଙ୍ଗୀର ସହର ସ୍ଥିତ ବାକି ଚାରି ଜଣଙ୍କୁ, ଶ୍ରୀମାନ ଗୋପବନ୍ଧୁ ପୁରୋହିତ, ଉପସଭାପତି, ପର୍ଶୁରାମ ନାୟକ, କୋଷାଧ୍ୟକ୍ଷ, ନରେନ୍ଦ୍ର ଆଚାର୍ଯ୍ୟ, କୃପାସିନ୍ଧୁ ମିଶ୍ର ମିଳିତ ଭାବରେ ଯାଇ ସମ୍ବର୍ଦ୍ଧନା କାର୍ଯ ସମାପନ କରାଯାଇଛି। ଉକ୍ତ ସମ୍ବର୍ଦ୍ଧନା ସମୟରେ ସମସ୍ତ ବୟୋବୃଦ୍ଧ ବ୍ରାହ୍ମଣ ଦେବତାମାନେ ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗୀରର ଉତ୍ତୋରତର ଉନ୍ନତି କଳ୍ପେ ଆଶୀର୍ବାଦ ପ୍ରଦାନ କରିଥିଲେ। ବିରେନ୍ଦ୍ର ନାୟକ ଆନନ୍ଦରେ ବିଭୋର ହୋଇ ଏକ ହଜାର ଟଙ୍କା ମହାସଭା ପାଇଁ ତତକ୍ଷଣାତ୍ ଦାନ କରିଥିବାରୁ ତାଙ୍କୁ ବ୍ରାହ୍ମଣ ମହାସଭା ସଭାପତି ଧନଞ୍ଜୟ ମିଶ୍ର କୃତଜ୍ଞତା ଜଣାଇଥିଲେ।