ଭୁବନ– ଶକ୍ତି ସ୍ଵରୁପୀଣି, ଅଭୟ ପ୍ରଦାୟିନୀ, ଦୁଷ୍ଟ ନିବାରିଣି ମା ‘ କାଳୀଙ୍କ ଆବାହନ ପାଇଁ ଭୁବନ ଉତ୍ସବ ମୁଖର ହୋଇପଡିଛି । ୧୯୮୬ ମସିହାରେ ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସିନେମା ହଲ ନିକଟ ସାହି ବାସିନ୍ଦାଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା କାଳୀ ପୂଜା ଚଳିତ ବର୍ଷ ୩୮ତମ ବାର୍ଷିକ ପୂଜା କରୁଛି । ସୁଉଚ୍ଚ ତୋରଣ, ଲାଇଟ୍ ଗେଟ୍ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ଝଲସୁଛି ଭୁବନ । ରବି ନାରାୟଣ ସାହୁ କର୍ତ୍ତା ସାଜିଥିଲା ବେଳେ ସଭାପତି ସନ୍ତୋଷ କୁମାର ପୋଥାଳ ଙ୍କ ତତ୍ତ୍ଵାବଧାନରେ ଧନେଶ୍ଵର ଦାସ, ଅଜିତ ନନ୍ଦୀ, ଟିଟୁ ଦାସ, ଲୋକନାଥ ପତ୍ର, ସମରସେନ୍ ନାୟକ, ଗୋପାଳ ନାୟକ, ନୀତେଶ କୁମାର ପୋଥାଳ, ପର୍ଶୁରାମ ପୋଥାଳ, ସଦାନନ୍ଦ ନାୟକ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରୁଛନ୍ତି ।
ଆସନ୍ତା ବୁଧବାର ଦିନ ମା ‘ କାଳୀଙ୍କ ବଡ଼ପୂଜା ହେବ ଓ ଏହି ଅବସରରେ ୫ ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ନିମନ୍ତେ ସାମୁହିକ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି ଏବଂ ଆସନ୍ତା ରବିବାର ଅପରାହ୍ନରେ ଭସାଣି ଯାତ୍ରା ଅନୁଷ୍ଠିତ ହେବ।