ବଲାଙ୍ଗିର– ବଲାଙ୍ଗିର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତଙ୍କ ଅଧ୍ୟକ୍ଷତାରେ ବିଶ୍ଵ ନିମୋନିଆ ଦିବସ ପାଳିତ ହୋଇଛି । ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଋତାଞ୍ଜଳି ମିଶ୍ର ସ୍ଵାଗତ ଭାଷଣରେ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ସୁଧା ବାର୍ଲ୍ଲା ଆସନ୍ତା ଫେବ୍ରୁଆରି ୨୯ ପର୍ଯ୍ୟନ୍ତ ନିମୋନିଆ ନିରୋଧ କାର୍ଯ୍ୟକ୍ରମ କରି ନିମୋନିଆ ବିରୁଦ୍ଧରେ ପଦକ୍ଷେପ ନେଇ ହେବ ସେ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ ନିମୋନିଆର ଲକ୍ଷଣ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ପଦକ୍ଷେପ ବିଷୟରେ କହିଥିଲେ । ଜନସଚେତନତା ହିଁ ଲୋକଙ୍କୁ ଏ ଦିଗରେ ରକ୍ଷା କରିପାରିବ । ସ୍ଵାସ୍ଥ୍ୟବିଭାଗ ଡାକ୍ତର ତୁଷାରକାନ୍ତ ଠାକୁର, ଡିଏମଆରସିଏଚ ଗୁରୁଦେବ କୁମ୍ଭାର, ଭିବିଡିସି ସୁରେଶ ସ୍ଵାଇଁ, ଏଏମସିପି ଗୋପାଳ କୃଷ୍ଣ ସାହୁ, ଆଇସିଏ ସୁଦାମ ପ୍ରଧାନ ଉପସ୍ଥିତ ଥିଲେ । ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଋତାଞ୍ଜଳି ମିଶ୍ର ସଭା ପରିଚାଳନା କରିଥିଲେ ଏବଂ ଜିତେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
January 4, 2025