
ପୁରୀ,ସ୍ଵଚ୍ଛ ଏବଂ ପ୍ରଦୂର୍ଷଣ ମୁକ୍ତ ଦୀପାବଳୀର ସଚେତନତା ପାଇଁ ପୁରୀ ପୌରପାଳିକାର ଅଭିନବ ପ୍ରୟାସ କରାଯାଇଥିଲା। ଚଳିତ ବର୍ଷର ଦୀପାବଳିକୁ ସ୍ଵଚ୍ଛ ଏବଂ ପ୍ରଦୂଷଣ ମୁକ୍ତ ଦୀପାବଳି ଭାବେ ପାଳନ କରିବା ପାଇଁ ପୁରୀ ପୌରପାଳିକା ତରଫରୁ ଜନ ସଚେତନତା ପାଇଁ ସମୁଦ୍ର ବେଳାଭୂମିରେ ଏକ ବାଲୁକା କଳାର ଆୟୋଜନ କରାଯାଇଥିଲା। ବାଲୁକାଶିଳ୍ପୀ ରଞ୍ଜନ କୁମାର ଗାଙ୍ଗୁଲି ଅତି ସୁନ୍ଦରଭାବେ ବାଲୁକାମୂର୍ତ୍ତି ନିର୍ମାଣ କରିଥିଲେ। ଏହି ବାଲୁକା କଳାକୁ ଦେଖିବା ପାଇଁ ସନ୍ଧ୍ୟାରେ ସମୁଦ୍ର କୂଳରେ ପର୍ଯ୍ୟଟକ ମାନଙ୍କର ଭିଡ ଲାଗିରହିଥିଲା ।
ଏହି କାର୍ଯ୍ୟକ୍ରମରେ ପୌରପାଳିକାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ପୌରପାଳିକାର ସ୍ବଚ୍ଛତା ବିଶେଷଜ୍ଞ ରିସଭ୍ ଦାସ ଏବଂ ସୌଭାଗ୍ୟଲକ୍ଷ୍ମୀ ଜେନା, ସହକାରୀ ଯନ୍ତ୍ରୀ ଭଗବାନ ବେଶ୍ରା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ସ୍ଵଚ୍ଛ ସୂପର୍ଭାଇଜର ଏବଂ ସାଥୀ ମାନେ ଉପସ୍ଥିତ ଥିଲେ। ଏହା ଛଡା ପୌରପାଳିକାର ସମସ୍ତ ୩୨ ଟି ୱାର୍ଡରେ ସ୍ଵଚ୍ଛ ଏବଂ ପ୍ରଦୂଷଣ ମୁକ୍ତ ଦୀପାବଳୀ ପାଇଁ ସଚେତନତା ଶୋଭାଯାତ୍ରା ଏବଂ ଶପଥପାଠର ମଧ୍ୟ ଆୟୋଜନ ହୋଇଥିଲା।