
ଜୟପୁର, ଜୟପୁର ବ୍ଲକ ଅନ୍ତର୍ଗତ ଫାମ୍ପୁଣି ଠାରେ ଗ୍ରାମିଣ ବଜାର ଗୃହ ସୋମବାର ଉଦଘାଟିତ ହୋଇଛି । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟିତ କରିଛନ୍ତି । ୧୦ ଲକ୍ଷ ଟଙ୍କା ବିନିମୟରେ ଏହି ଗ୍ରାମିଣ ବଜାର ଗୃହ ନିର୍ମାଣ ହୋଇଛି । ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ ଜୟପୁର ବିଡିଓ ଶକ୍ତି ମହାପାତ୍ର, ଏବିଡିଓ ମନୋଜ ନାୟକ, ସହକାରି ଯନ୍ତ୍ରୀ ବିଶ୍ୱ ନାଥ ପାତ୍ର ପ୍ରମୁଖ ଉପସ୍ଥତ ଥିଲେ ।