କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଚଳିତ ବର୍ଷ ର ଦୀପାବଳି କୁ ସ୍ୱଚ୍ଛ ଏବଂ ପ୍ରଦୂଷଣ ମୁକ୍ତ ଦୀପାବଳି ଭାବେ ପାଳନ କରିବା ପାଇଁ ପୁରୀ ପୌରପାଳିକା ତରଫରୁ ଜନ ସଚେତନତା ପାଇଁ ସମୁଦ୍ର ବେଳାଭୂମି ରେ ଏକ ବାଲୁକା ଶିଳ୍ପ ର ଆୟୋଜନ କରାଯାଇଥିଲା। ଏହାକୁ ବାଲୁକାଶିଳ୍ପୀ ଶ୍ରୀଯୁକ୍ତ ରଞ୍ଜନ ଗାଙ୍ଗୁଲି ପ୍ରସ୍ତୁତ କରିଥିଲେ। ଏହି ବାଲୁକା ଶିଳ୍ପକୁ ଦେଖିବା ପାଇଁ ସନ୍ଧ୍ୟାରେ ସମୁଦ୍ର କୂଳରେ ପର୍ଯ୍ୟଟକ ମାନଙ୍କର ଭିଡ ଲାଗିଥିଲା। ଏହି କାର୍ଯ୍ୟକ୍ରମ ରେ ପୌରପାଳିକା ର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ପୌରପାଳିକାର ସ୍ବଚ୍ଛତା ବିଶେଷଜ୍ଞ ରିସଭ୍ ଦାସ ଏବଂ ସୌଭାଗ୍ୟଲକ୍ଷ୍ମୀ ଜେନା, ସହକାରୀ ଯନ୍ତ୍ରୀ ଭଗବାନ ବେଶ୍ରା, TULIP Intern ପ୍ରିୟଙ୍କା ପ୍ରିୟଦର୍ଶିନୀ , ସ୍ୱଚ୍ଛ ସୂପର୍ଭାଇଜର ଏବଂ ସାଥୀ ମାନେ ଉପସ୍ଥିତ ଥିଲେ। ଏହା ଛଡା ପୌରପାଳିକାର ସମସ୍ତ ୩୨ ଟି ୱାର୍ଡ ରେ ସ୍ୱଚ୍ଛ ଏବଂ ପ୍ରଦୂଷଣ ମୁକ୍ତ ଦୀପାବଳୀ ପାଇଁ ସଚେତନତା ଶୋଭାଯାତ୍ରା ଏବଂ ଶପଥପାଠ ର ମଧ୍ୟ ଆୟୋଜନ ହୋଇଥିଲା।
Related Stories
November 23, 2024