ମାଲକାନଗିରି– ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ଗତକାଲି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ଜିଲ୍ଲା ସଦରରେ ଥିବା ଶ୍ରୀ ବାସବୀ କନ୍ୟକ ପରମେଶ୍ଵରୀ କଲ୍ୟାଣ ମଣ୍ଡପ ଉଦଘାଟନ କରିଥିଲେ । ଏହି ଅବସରରେ ସର୍ବ ପ୍ରଥମେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ମାଲକାନଗିରି ବସ ଷ୍ଟାଣ୍ଡ ପରିସରରୁ କଳିଙ୍ଗ ବଶ୍ୟ ସମାଜ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ଏକ ବିରାଟ ଶୋଭା ଯାତ୍ରାରେ ତାଙ୍କୁ ସ୍ଵାଗତ କରି ଶ୍ରୀ ବାସବୀ କନ୍ୟକ ପରମେଶ୍ଵରୀ କଲ୍ୟାଣ ମଣ୍ଡପକୁ ନେଇଥିଲେ । ଏହା ପରେ ମଣ୍ଡପ ଉଦଘାଟନ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମାଲକାନଗିରି ବିଜୁ ଜନତା ଦଳ ସଭାପତିଜନପ୍ରିୟ ନେତା ତଥା ପୁର୍ବତନ ବିଧାୟକ ମାନସ ମାଡକାମିଙ୍କ ସମେତ ପୌରାଧ୍ୟକ୍ଷ – ମନୋଜ ବାରିକ, ଉପାଧକ୍ଷ – କବିତା ମହନ୍ତ ଏବଂ ଆଡ଼ମା ରାବା ଯୋଗଦେଇ ଥିଲେ । କଳିଙ୍ଗ ବୈଶ୍ୟ ସମାଜର ଅନେକ କର୍ମକର୍ତ୍ତା ଜିଲ୍ଲାର ବିଭିନ୍ନ ସ୍ତରରୁ ଆସୁଥିବା ଶହ ଶହ ସଦସ୍ୟ ସଦସ୍ୟମାନେ ଯୋଗଦାନ କରିଥିଲେ ।
କଳିଙ୍ଗ ବଶ୍ୟ ସମାଜର ଆଗାମୀ ଦିନର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଏହି ଅବସରରେ ଆଲୋଚନା କରାଯାଇଥିଲା ଏବଂ ଶ୍ରୀ ମାଝୀ ମଧ୍ୟ ଏହି ସମାଜର ଉନ୍ନତିମୂଳକ କାର୍ଯ୍ୟ ପାଇଁ କାମନା କରିଥିଲେ ।