ପୁରୀ– ସ୍ଥାନୀୟ ରାଣୀସତୀ ଭବନ ଠାରେ ଟାଏକୋଣ୍ଡୋ ଟ୍ରେନିଂ ସେଣ୍ଟରରେ ଉତ୍କଳ ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ଦ୍ଵାରା ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଓ ମହିଳା କିରୋଗୀ ଓ ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଓଡିଶା ଟାଏକୋଣ୍ଡୋ ସଂଘ ଆୟୋଜନ କରିଥିଲା। ଓଡିଶା ଟାଏକୋଣ୍ଡୋ ସଂଘ ତରଫରୁ ଇଲେକ୍ଟ୍ରୋନିକ ସେନସର ଦ୍ଵାରା ମ୍ୟାଚ ଗୁଡାକୁ ସ୍କୋରିଙ୍ଗ କରାଯାଇଥିଲା। ଏଥିରେ ଅନେକ ମହାବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ଅନେକ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ଦଳଗତ ବିଜେତା ହୋଇଥିବା ବେଳେ ଗୋବିନ୍ଦପୁର ଡ଼ିଗ୍ରୀ ମହାବିଦ୍ୟାଳୟ ଉପବିଜେତା ହେଇଥିଲେ। ପୁରୁଷ ବିଭାଗରେ ପ୍ରଥମ ସ୍ଥାନ ଦିବ୍ୟଜିତ ପଟନାୟକ, ହିମାଂଶୁ ପ୍ରଧାନ, ଆର୍ଯ୍ୟନ ନାୟକ, ଦୀପକ କୁମାର ପ୍ରଧାନ, ପ୍ରଶାନ୍ତ ପାତ୍ର, ଆର୍ଯ୍ୟନ ଚୌଧୁରୀ, ସୋମନାଥ ଷଣ୍ଢ,ମହିଳା ବିଭାଗରେ ପ୍ରଥମ ସ୍ଥାନ ପାୟଲ ବଡ଼ଜେନା, ଲିପିକା ପଳେଇ, ସିପା ଦାସ, ସୀମା କୁମାରୀ ହାଁସଦା ପାଇଥିଲେ। ଉତ୍କଳ ବିଶ୍ଵବିଦ୍ୟାଳୟ ତରଫରୁ ପର୍ଯ୍ୟବେକ୍ଷକ ଭାବେ ହରିହର କର ଯୋଗଦେଇଥିଲେ।
ପ୍ରତିଯୋଗିତାକୁ ପରିଚାଳନା ପାଇଁ ମୁଖ୍ୟ ଜାତୀୟ ରେଫରୀ ବିଶ୍ଵନାଥ ନାୟକଙ୍କ ଅଧୀନରେ ଅଭିଜିତ ସାହୁ, ଦେବାଶିଷ ବେହେରା, ପ୍ରଶାନ୍ତ କୁମାର ପାତ୍ର, ସନ ତ୍ରିପାଠୀ, ସଂଯୁକ୍ତା ବରାଳ ପରିଚାଳନା କରିଥିଲେ। ଅତିଥି ଭାବେ ଓଡିଶା ଟାଏକୋଣ୍ଡୋ ସଂଘର ସଭାପତି ବ୍ୟମୋକେଶ ଅଭିଳାଷ ପ୍ରସାଦ, ପୁରୀ ଜିଲ୍ଲା କ୍ରୀଡା ସଂସଦ ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ପୁରୀ ବକ୍ସି ଏକାଡେମୀ ପ୍ରତିଷ୍ଠାତା ସୁଦର୍ଶନ ସାହୁ, ରାଣୀସତୀ ଭବନର ପ୍ରତିଷ୍ଠାତା ସନ୍ତୋଷ କୁମାର ଚାନ୍ଦୁକା ପ୍ରମୁଖ ଯୋଗଦେଇଥିଲେ।ସହ ସଂଯୋଜନାରେ ଆଲୋକ ଚୌଧୁରୀ ସହଯୋଗ କରିଥିଲେ। ଓଡିଶା ଟାଏକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଟୁର୍ନାମେଣ୍ଟର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ବିଶ୍ଵବିଦ୍ୟାଳୟ ସ୍ତରରେ ଟାଏକୋଣ୍ଡୋ ଖେଳର ପ୍ରସାର ଆଉ ପ୍ରଚାର ପାଇଁ ଧ୍ୟାନ ଦିଆଯିବ ବୋଲି ଜଣାଇଛନ୍ତି।