
ସାନଖେମୁଣ୍ଡି: ଓଡିଶା ସାମ୍ବାଦିକ ସଂଘ(ଓଜେୟୁ)ର ପ୍ରତିଷ୍ଠାତା, ବିଶିଷ୍ଟ ସାମ୍ବାଦିକ ଶ୍ରୀ ପ୍ରଭାତ ଦାସଙ୍କ ଅକାଳ ବିୟୋଗରେ ସାନଖେମୁଣ୍ଡି ସାମ୍ବାଦିକ ସଂଘ ମର୍ମାହତ ହେବା ସହ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ବିଭୁ ପାର୍ଥନାର ଆୟୋଜନ କରିଅଛି। ସାମ୍ବାଦିକ ସଂଘ ସଭାପତି ଶ୍ରୀ ବିନାୟକ ଦାଶଙ୍କ ଆବାହକତ୍ୱରେ ଗାନ୍ଧୀଛକ ସ୍ଥିତ ଶ୍ରୀ ମହାଲଷ୍ମୀ ମନ୍ଦିର ପ୍ରାଙ୍ଗଣରେ ଏକ ଶୋକ ସଭାରେ ଆୟୋଜନ କରିବା ସହିତ ସଂଘ ସଦସ୍ୟଙ୍କ ଦ୍ୱାରା ସ୍ବର୍ଗତ ପ୍ରଭାତ ଦାଶଙ୍କ କାର୍ଯ୍ୟକୁଶଳତା, ବାଗ୍ମୀତା, ଏକ ନିଷ୍ଟତା ତଥା ବନ୍ଧୁ ବତ୍ସଳ ପ୍ରକୃତିରେ ସ୍ମୁତି ଚାରଣ କରିଛନ୍ତି। ସମ୍ପାଦକ ଶ୍ରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଦୁଇ ମିନଟ ନିରବ ପ୍ରାଥନା ସହିତ ଶୋକସନ୍ତପ୍ତ ପରିବାରକୁ ସାନଖେମୁଣ୍ଡି ପ୍ରେସ କ୍ଲବ ପରିବାର ପକ୍ଷରୁ ସମବେଦନା ଜ୍ଞାପନ କରାଯିବା ସହ ଓଡିଶା ସାମ୍ବାଦିକ ସଂଘର ପ୍ରତିଷ୍ଠାତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପଣ କରାଯାଇଅଛି। କାର୍ଯ୍ୟକ୍ରମରେ ସାମ୍ବାଦିକ ଗୋପାଳକୃଷ୍ନ ମଲ୍ଲିକ, ପ୍ରଫୁଲ୍ଲ ସାବତ, ନୃସିଂହ ପ୍ରସାଦ ବେହେରା, ସନ୍ତୋଷ କୁମାର ଦାସ, ସଞ୍ଜୟ ପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଆତ୍ମାର ସ୍ମୁତିଚାରଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।