ମାଲକାନଗିରି- କାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ତରଫରୁ ଜାତୀୟ ଶିକ୍ଷା ଦିବସ ଉପଲକ୍ଷେ ଆଜି ଯୁବ ରେଡ଼କ୍ରସ ର ଅଧଗ୍ରହଣ ଉତ୍ସବ କଲେଜ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୧୦୦ ସେଚ୍ଛାସେବୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଯୁବ ରେଡକ୍ରସରେ ସାମିଲ ହୋଇ ମାନବ ସମାଜକୁ ସେବା ପ୍ରଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟ ଅଧ୍ୟକ୍ଷ ରବିନ୍ଦ୍ରନାଥ ପାତ୍ର ଏହାର ଅଧ୍ୟକ୍ଷତା କରି ସମସ୍ତ ସ୍ବେଛାସେବୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ ସ୍ଵେଛାସେବୀ ମାନଙ୍କୁ ଏହାର ଉତ୍ପତି, ଲକ୍ଷ୍ୟ, କାର୍ଯ୍ୟକ୍ରମ ଏକ ପରିଚାଳନା ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇଥିଲେ। ମୁଖ୍ୟ ଅତିଥି ମାଲକାନଗିରି ପଲିଟେକ କଲେଜର ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ଦାସ ରକ୍ତଦାନ ବିଷୟରେ ଆଲୋକପାତ କରିଥିଲେ । ବାଲିମେଳା ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନର ଅଧ୍ୟାପକ ସରୋଜ କୁମାର ମହାପାତ୍ର ରେଡ଼କ୍ରସ ଓ ଏହାର ସଦସ୍ୟ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ।
ବାଲିମେଳା ମହାବିଦ୍ୟାଳୟ ଯୁବ ରେଡ଼କ୍ରସର କାଉନସିଲର ବିତେନ କୁମାର ପ୍ରଧାନ କାର୍ଯ୍ୟକ୍ରମର ପରିଚାଳନା ସହିତ ଅତିଥି ମାନଙ୍କର ପରିଚୟ ଏବଂ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।