-
ପୁରୀ ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମାଣ୍ଡିଆରେ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସାରା ବିଶ୍ବରେ ୨୦୨୩ କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ନଭେମ୍ବର ୯ ଓ ୧୦ ତାରିଖ ରେ ଭୁବନେଶ୍ୱର ଠାରେ ମିଲେଟ୍ ସମ୍ପର୍କ ରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପୁରୀ ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ ପରିବାର ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି| ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁରଜମଲ ସାହା ବିଶ୍ଵବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ସୁକାନ୍ତ ମହାନ୍ତି ଏବଂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରସା ସୁଷମା ସାହୁ ଯୋଗ ଦେଇଥିଲେ । ସ୍ଥାନୀୟ ମହିଳା ମାନେ ମାଣ୍ଡିଆରେ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ସଭାକୁ ଆଣିଥିଲେ ।ସେମାନଙ୍କ ମଧ୍ୟରେ ରିନା ପ୍ରଧାନ (ହାଲୁଆ),ସ୍ୱର୍ଣଲତା ଦାସ (ଖିରି), ଅଞ୍ଜଳି ପ୍ରଧାନ (ରସଗୋଲା),ବାସନ୍ତୀ ମୁଦୁଲି (କେକ), ଲିଜା ବରାଳ (ନିମିକି),ସଂଧ୍ୟା ମହାନ୍ତି (ପକଡି),ଅର୍ଚ୍ଚନା ମହାପାତ୍ର (ଉପମା),ସୁଷମା (ଚକୁଳି ଚିତଉ),ସୁଷମା (ଲସୀ),ଜୟନ୍ତୀ ବାରିକ (ମସଲା ଚକୁଳି),ମମତା (କଚୁଡ଼ି),ସଂଧ୍ୟା (କାକରା) ଆଦି ପ୍ରସ୍ତୁତ କରିଥିଲେ । ଅନୁଷ୍ଠାନ ର ସଦସ୍ୟ ରାକେଶ ଦାସ, ସୁଷମା, ପୂର୍ଣ୍ଣିମା ରଥ ବେହେରା, ବାସନ୍ତୀ ସାହୁ ,ସ୍ମିତା ମହାନ୍ତି, ନିତୁ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିବା ମହିଳା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ଉପଢୌକନ ଦେଇ ପୁରସ୍କୃତ କରାଯାଇଥିଲା ।ଶେଷରେ ଅନୁଷ୍ଠାନର ଅଧ୍ୟକ୍ଷା ସୁଚରିତା ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।