-
ଠେଲାପେଲା କଥା ମିଛ -ପୁରୀ ଆରକ୍ଷୀ ଅଧୀକ୍ଷକ ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶୁକ୍ରବାର ସକାଳ ମଙ୍ଗଳ ଆରତୀ ପୂର୍ବରୁ ଶ୍ରୀମନ୍ଦିର ସାତପାହାଚ ନିକଟରେ ଠେଲାପେଲା ହୋଇ ପ୍ରାୟ 30 ଭକ୍ତ ଆହତ ହୋଇଥିଲେ।ଆହତମାନଙ୍କୁ ତିନିଥରରେ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆହତ ତଥା ଚେତାଶୂନ୍ୟ ଲୋକଙ୍କୁ ଚେତନା ଫେରି ପାଇବା ପରେ ପ୍ରାଥମିକ ଚିକିତ୍ସା ପରେ ମୁକ୍ତ କରାଯାଇଥିଲା। ଏଥିମଧ୍ୟରୁ ଅଧିକାଂଶ ମହିଳା ଶିବିରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିଲେ।ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡଃ କାନୱାର ବିଶାଲ ସିଂ ଆସି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ଭକ୍ତଙ୍କ ସୁରକ୍ଷା ପାଇଁ 15 ଟି ପୋଲିସ ଫୋର୍ସ ମୁତୟନ କରାଯାଇଛି। ଠେଲାପେଲା ଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ସେ ନିଜ ମତ ରଖିଥିଲେ । ଅତ୍ୟଧିକ ଭିଡ଼ ହେତୁ କିଛି ଲୋକ ଅସୁସ୍ଥ ହୋଇଥିଲେ ସେମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଆମର ପୋଲିସ କର୍ମଚାରୀମାନେ ତୁରନ୍ତ ହସ୍ତକ୍ଷେପ ଗ୍ରହଣ କରିଥିଲେ।