
ଭୁବନେଶ୍ୱର, ଏଟିଏମରେ ଚେହେରା ଚିହ୍ନଟ ବା ଫେସ୍ ବାୟୋମେଟ୍ରିକ ଲଗାଇବା ପାଇଁ ରାଜ୍ୟ ସରକାର ଦେବେ ପ୍ରସ୍ତାବ। ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏହି ପ୍ରସ୍ତାବ ଦେବା ନେଇ ଆଲୋଚନା କରିବେ ରାଜ୍ୟ ସରକାର। ଫେସ୍ ବାୟୋମେଟ୍ରିକ ପାଇଁ ସ୍ବତନ୍ତ୍ର ଭିତ୍ତିଭୂମି ଓ ଗାଇଡଲାଇନ ତିଆରି କରିବା ପାଇଁ ଆରବିଆଇକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ସରକାର। ମାସ୍ମ, ହେଲମେଟ କିମ୍ବା ଅନ୍ୟ ଉପାୟରେ ଚେହେରାକୁ କଭର କରି ଅନ୍ୟ ବ୍ୟକ୍ତିଙ୍କ ଏଟିଏମ କାର୍ଡରୁ ଟଙ୍କା ଉଠାଉଥିବା ମାମଲା ସାମନାକୁ ଆସିବା ପରେ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି। ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି ସମୟରେ କୋର୍ଟରେ ଏହି ଜବାବ ଦେଇଛନ୍ତି ରାଜ୍ୟ ସରକାର ।