
କନ୍ଧମାଳ– କନ୍ଧମାଳ ବିକାଶ ପରିଷଦ ପକ୍ଷରୁ କନ୍ଧମାଳ ବାସୀଙ୍କ ଦୀର୍ଘ ବର୍ଷର ସ୍ଵପ୍ନ, ଫୁଲବାଣୀ ସଦର ମହକୁମାକୁ ରେଳ ସଂଯୋଗ ନକରି ତଞ୍ଚକତା କରି କେବଳ ଚକାପାଦ ଦେଇ ପୁଣି ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନ ସହ ସଂଯୋଗ କରୁଥିବାରୁ ତାର ପୁନଃ ବିଚାର କରି ଫୁଲବାଣୀକୁ ରେଳ ସଂଯୋଗ କରିବାକୁ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ନଭେମ୍ବର ୧୦ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ଫଳରେ ଫୁଲବାଣୀ ସହର ସମେତ ସମଗ୍ର ଜିଲ୍ଲାରେ ଦୋକାନ ବଜାର, ସ୍କୁଲ କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସମସ୍ତ ବ୍ୟାଙ୍କ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ମାଦିକୁନ୍ଦା ଛକ ଠାରେ ସକାଳ ୬ଟାରୁ ହାଇୱା ଗାଡି, ମାଲବାହି ଟ୍ରକକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଆମ୍ବୁଲାନ୍ସ, ପେସେଣ୍ଟ ଗାଡି ଗୁଡିକୁ ଯିବା ଆସିବା ପାଇଁ କୌଣସି କଟକଣା ନଥିବାର ଦେଖିବାକୁ ମିଳିଥିଲା।
ଗୋଲକ କହଁର, ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତି, ରମେଶ ମହାନ୍ତି, ଅଜିତ ପଟ୍ଟନାୟକ, ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି, ସୁଶାନ୍ତ ମହାନ୍ତିଙ୍କ ସମେତ କନ୍ଧମାଳ ବିକାଶ ପରିଷଦର ବହୁ ସଦସ୍ଯ ଯୋଗଦେଇ ଶାନ୍ତିପୂର୍ଣ୍ଣ ଭାବରେ ବାର ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରାକୁ ସହଯୋଗ କରିଥିଲେ।