-
ନଭେମ୍ବର ୧୫ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସବୁ କଲେଜରେ ହେବ ବିଭିନ୍ନ ପ୍ରତିଯୋଗିତା
ଭୁବନେଶ୍ୱର,କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ନୂଆ ଯୋଜନା । ଇଂଟିଗ୍ରେଟେଡ୍ ୟୁଥ୍ ଡେଭେଲପମେଂଟ ପ୍ରୋଗ୍ରାମ ନାମରେ ଏହି ଯୋଜନା ଆରମ୍ଭ କରାଯାଇଛି । ଯୁବ ଛାତ୍ରଛାତ୍ରୀଙ୍କୁ ସାଂସ୍କୃତିକ ଓ ସାମାଜିକ ଓ କ୍ରୀଡ଼ା କ୍ଷେତ୍ରରେ କ୍ରିୟାଶୀଳ କରିବା ଏହି ଯୋଜନାର ଲକ୍ଷ୍ୟ । ନଭେମ୍ବର ୧୫ ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତକଲେଜରେ ସରକାରୀ ଓ ଏଡେଡ଼ କଲେଜରେ ଏହି କାର୍ଯକ୍ରମ କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରକାଶ କରିଛନ୍ତି ।
ସେହିପରି ଉଚ୍ଚ ଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ କହିଛନ୍ତି କ୍ରୀଡା ସାମାଜିକ ଓ ସଂସ୍କୃତି କାର୍ଯ୍ୟକ୍ରମ ସବୁ କଲେଜ, ବିଶ୍ୱବିଦ୍ୟାଳୟ, ବ୍ଲକ ଓ ଜିଲ୍ଲା ସ୍ତରରେ ହେବ । ଆଜି ଭିସି ରେ ସବୁ କଲେଜ ସହ ବୈଠକ ହୋଇଥିଲା । ସବୁ କଲେଜ କୁ ଆର୍ôଥକ ସହାୟତା ଦିଆଯିବା ନେଇ ନିଷ୍ପତି ହୋଇଛି ।୧୦୦ ରୁ ଅଧିକ ପିଲା ଥିବା କଲେଜ ଗୁଡିକ ଏଥିରେ ଅଂଶଗ୍ରହଣ କରିବେ । କଲେଜ କର୍ତୃପକ୍ଷ କମିଟି ଗଠନ କରିବେଯେଉଁଥିରେ ଛାତ୍ର ଛାତ୍ରୀ ସଦସ୍ୟ ରହିବେ । ହକି ସହ ସ୍ଥାନୀୟ କ୍ରୀଡାକୁ ଗୁରୁତ୍ୱ ଦିଆଯିବ ଏବଂ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯିବ ।
ସେ ଆହୁରି କହିଛନ୍ତି ଯେ ଏହି ପ୍ରତିଯୋଗିତାରେ ୨ ଓ ୩ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବେ । ସ୍ପୋର୍ଟସ କ୍ଳବ୍ ସହ କଲେଜ ଛାତ୍ର ଛାତ୍ରୀ ବି ପ୍ରତିଯୋଗିତା କରିବେ । ପିଲା ମାନଙ୍କର ମତାମତ ନିଆଯାଇ କେଉଁ କ୍ରୀଡା କରାଯିବ କଲେଜ କର୍ତୃପକ୍ଷ ନିଷ୍ପତି ନେବେ । କ୍ରୀଡା ସାମଗ୍ରୀ କିଣିବାକୁ ୩୦ ପ୍ରତିଶତ ଖର୍ଚ୍ଚ କରିବେ । ପାଠପଢା ବାଧାପ୍ରାପ୍ତ ନ ହୋଇ କିପରି ଆୟୋଜନ କରାଯିବ ସେ ନେଇ ପ୍ରାଥମିକତା ଦିଆଯିବ । ୨୦ ପ୍ରକାର କାର୍ଯ୍ୟକ୍ରମ କରାଯିବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୬୮୭ କଲେଜରେ କରାଯିବ । କ୍ରୀଡା ବିଭାଗ ୧୦୦ ରୁ ୨୦୦ ପିଲା ଥିବା କଲେଜକୁ ଦେଢ଼ ଲକ୍ଷ , ୨୦୦ ରୁ ୫୦୦ ପିଲା ଥିବା କଲେଜକୁ ୩ ଲକ୍ଷ , ୫୦୦ ରୁ ୧୦୦୦ ପିଲା ଥିବା କଲେଜକୁ ୪ ଲକ୍ଷ , ୧୦୦୦ ରୁ ୨୦୦୦ ପିଲା ଥିବା କଲେଜକୁ ୬ ଲକ୍ଷ ଏବଂ ୨୦୦୦ ରୁ ଅଧିକ ପିଲା ଥିବା କଲେଜକୁ ୯ ଲକ୍ଷ ଟଙ୍କା ଦିଆଯିବ ।