
ବଲାଙ୍ଗିର, ଗତ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଠିକାଦାର ପଡ଼ା ଶ୍ରଦ୍ଧାଳୁ ମାନଙ୍କ ଆୟୋଜନ କ୍ରମେ ନବ ଦିନାତ୍ମକ ଗୋସ୍ଵାମୀ ତୁଳସୀ ଦାସଙ୍କ ତୁଳସୀ ରାମାୟଣ ପାରାୟଣ ଆଜି ପଞ୍ଚମ ଦିନରେ ବଲାଙ୍ଗିର ପୌରସଂସ୍ଥାର ନଗରପାଳ ଲୀକା ସାହୁ ଓ ବିଜେଡି ଯୁବ ନେତା ପାରାୟଣରେ ଯୋଗଦେଇ ପାରାୟଣ ଶ୍ରବଣ କରିବା ସହିତ ପ୍ରଭୁ ଶ୍ରୀ ରାମଙ୍କ ପୂଜାର୍ଚ୍ଚନା କରି ଆଶିଷ ଭିକ୍ଷା କରିଥିଲେ । ପଡ଼ାର ମହିଳା ଓ ପୁରୁଷ ମାନେ ତାଙ୍କୁ ସ୍ବାଗତ କରି ପାରାୟଣ ମଣ୍ଡପକୁ ନେଇଥିଲେ। ପାରାୟଣରେ ବ୍ୟାସ ରୂପେ ଇପ୍ସିତ ମିଶ୍ର ରାମାୟଣ ପାଠ ସହିତ ପ୍ରଭୁ ଶ୍ରୀରାମଙ୍କ ଲୀଳା ଓ ଚରିତ୍ର ଉପରେ ରାମାୟଣ ବିଷୟ ବସ୍ତୁ ଉପରେ ଭକ୍ତ ମାନଙ୍କୁ ବର୍ଣ୍ଣନା କରୁଛନ୍ତି। ପୂଜକ ରୂପେ ଦେବେନ୍ଦ୍ର ମିଶ୍ର ପୁଜା କର୍ମ କରୁଥିବା ବେଳେ ପ୍ରଥମ ଦିନ ଠାରୁ ମୁଖ୍ୟକର୍ତ୍ତା ରୂପେ ସୁରମ୍ୟ ମିଶ୍ର ଓ ତାଙ୍କ ସହଧର୍ମିଣୀ ମମତା ମୟୀ ମିଶ୍ର କାର୍ଯ ତୁଲାଇ ଆସୁଥିବା ବେଳେ ଅନ୍ୟ ପାଞ୍ଚ ଦିନରେ ମନୋରମ ମିଶ୍ର ଓ ସୁବୋଧ ମିଶ୍ର, ୮ ତାରିଖରେ ସୀତା ବିବାହ ଦିନ କର୍ତ୍ତା ଅମ୍ରିତା ପରୁଆ ତଥା ଅରବିନ୍ଦ ପରୁଆ (କାଉନସିଲର) ଓ ମୁଖ୍ୟ କର୍ତ୍ତା ଦମ୍ପତ୍ତି ଦେବ ଦମ୍ପତ୍ତିଙ୍କ ପିତା ମାତା ହୋଇ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଗତକାଲି ଗୋପେଶ୍ଵରି ପଟ୍ଟନାୟକ ଓ ଅନୁପ ମହାନ୍ତି କର୍ତ୍ତା ଥିବା ବେଳେ ଆଜି ଦେବକୀ ପଟ୍ଟନାୟକ ରମାକାନ୍ତ ବଗର୍ତ୍ତି କର୍ତ୍ତା କାର୍ଯ୍ୟ ସମ୍ପାଦନ କରିଛନ୍ତି। ନବଦିନ ବ୍ୟାପୀ ପାରାୟଣରେ ଠିକାଦାର ପଡ଼ା ଓ ଆଖପାଖ ଅଞ୍ଚଳର ରାମ ରସ ପିପାସୁ ଭକ୍ତ ମାନେ ସମବେତ ହୋଇ ରାମ ବାଣୀ ଶ୍ରବଣ କରୁଥିବା ଦେଖାଯାଉଛି। ପାରାୟଣ କାର୍ଯ୍ୟ ସମ୍ପାଦନରେ ପଡ଼ାର ଯୁବକ ଯୁବତୀ ମହିଳା ପୁରୁଷ ସମ୍ପୂର୍ଣ ସହଯୋଗ କରି କାର୍ଯ୍ୟ ତୁଲାଇ ନେଉଛନ୍ତି ।