ଭୁବନେଶ୍ୱର – ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ନାଁରେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଏତଲା ଦେଇଛି ବିଜେପି ଯୁବ ମୋର୍ଚ୍ଚା । ବରଗଡ଼ ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ସୁଶାନ୍ତ ସିଂ ସିଧା ସଳଖ ଭାବରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି ଯୁବମୋର୍ଚ୍ଚା । ହେଲେ ବରଗଡ ପୋଲିସ ଏଯାଏଁ କାର୍ଯ୍ୟନୁଷ୍ଠାନ ନେଉ ନାହଁ । ସୁଶାନ୍ତ ସିଂ ନିଜେ ଉପସ୍ଥିତ ରହି ସମର୍ଥକଙ୍କୁ ଲଗାଇ ଏ କାଣ୍ଡ ଭିଆଇଥିଲେ । ହେଲେ ୫ ଦିନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ତେଣୁ ଆଜି ଭୁବନେଶ୍ୱର ଡିସିପିଙ୍କ ସହ ସବୁ ଓଡ଼ିଶାର ସବୁ ଥାନାରେ ଆଇଆଇସିଙ୍କୁ ଜରିଆରେ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଯୁବ ମୋର୍ଚ୍ଚା ଏତଲା ଦେଉଛି ବୋଲି ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ।
Related Stories
November 5, 2024