କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପାଲେଷ୍ଟାଇନ ର ଗାଜା ଓ ୱେଷ୍ଟ ବ୍ୟାଙ୍କ୍ ଉପରେ ଇସ୍ରାଏଲ ର ଯୁଧ୍ୟ ଓ ନର ସଂହାର ବେ ଆଇନି |ଜାତିସଂଘ ଆନ୍ତ ଯାତୀୟ ଚୁକ୍ତି କୁ ଉଲଂଘନ କରି ଇସ୍ରାଏଲ ଆମେରିକା ର ପ୍ରରୋଚନାରେ ପାଲେଷ୍ଟାଇନ କୁ ଦଖଲ କରିବା ଚକ୍ରାନ୍ତ ନିନ୍ଦନୀୟ |ଜାତିସଂଘ ର ବୈଠକ ରେ 126 ରାଷ୍ଟ୍ର ଇସ୍ରାଏଲ ବିରୁଦ୍ଧରେ ଭୋଟ ଦେଲେ ଓ ଯୁଦ୍ଧ୍ୟ କୁ ବନ୍ଦ ପାଇଁ ନିବେଦନ କଲେ, ଯୁଦ୍ଧ ବନ୍ଦ ପାଇଁ ଇସ୍ରାଏଲ ଉପରେ ଚାପ ପକାଇବା ବଦଳରେ ଆମ ଦେଶ ର ମୋଦି ସରକାର ଆମେରିକା ର କଥାରେ ଭୋଟ ଦାନ ରୁ ବିରତ ରହିଲା ତାହା ଅନ୍ୟ ପକ୍ଷରେ ଇସ୍ରାଏଲ କୁ ସୁହାଇଲା ଓ ହଜାର ହଜାର ନିରୀହ ଶିଶୁ ମୃତ୍ୟୁ ବରଣ କଲେ ବୋଲି ବାମପନ୍ଥୀ ଦଳ ଅଭିଯୋଗ କରିଛି |ମୋଚିସାହି ଛକ ରୁ ବାମପନ୍ଥୀ ଦଳ ର ଶତାଧିକ କର୍ମୀ ଜିଲ୍ଲାପାଳ ଅଫିସ ରେ ବିକ୍ଷୋଭ କରିଥିଲେ |ବିକ୍ଷୋଭରେ ଜଗନ୍ନାଥ ଦେ, ଶରତ କୁମାର ରାୟଗୁରୁ, ପ୍ରଦୀପ୍ତ ମହାନ୍ତି, ଅଶୋକ ପ୍ରଧାନ, ଭୀମ ସ୍ୱାଇଁ, ପୀତବାସ ବେହେରା, କୃଷ୍ଣ ରାଉତ, କୃଷ୍ଣ ପ୍ରଧାନ, କିସାନ ପଟ୍ଟନାୟକ, ସୁରେନ୍ଦ୍ର ତପସୂ, ପ୍ରତାପ ଚିନରା, ବ୍ରଜବନ୍ଧୁ ପ୍ରଧାନ, ହରି ସେନାପତି, ମନୋରଞ୍ଜନ ମହାରଣା, ଟୁନା ନାୟକ, ପୂର୍ଣ୍ଣ ମୁଦୁଲି, ପ୍ରମୁଖ ବକ୍ତବ୍ୟ ରେ ଏହାକୁ ନିନ୍ଦା କରିବା ସହ ନିଉଜ୍ କ୍ଲିକ୍ ସମ୍ପାଦକ କୁ ଖଲାସ କରିବା ପାଇଁ ଦାବୀ କରିଛି |
Related Stories
September 19, 2024
September 19, 2024