କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଗୋଆ ଠାରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡା ପ୍ରତିଯୋଗିତାର ରୌପ୍ୟ ବିଜୟୀ ଖୋ ଖୋ ଦଳକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ଦଳ ରୌପ୍ୟ ବିଜୟୀ ହୋଇଛନ୍ତି।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏହି ସମ୍ବର୍ଦ୍ଧନା ରେ ଅଧ୍ୟକ୍ଷତା କରିବା ସହ ରାଜ୍ୟର ଖୋ ଖୋ ଖେଳର ଉତଥାନରେ ପୁରୀ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ରାଜ୍ୟ ଖୋ ଖୋ ଦଳର ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ପୁରୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଚାଲୁଛି।ଏହି ସଫଳ କ୍ରୀଡାବିତ ମାନେ ସେହିଠାରୁ ହିଁ ପ୍ରଶିକ୍ଷିତ।କ୍ରୀଡା କ୍ଷେତ୍ରରେ ପୁରୀ ଜିଲ୍ଲା ର ସୁନାମ ରହିଛି।ଚଳିତ ବର୍ଷ ର ଏସୀଆନ ଗେମସ୍ ର ଜାଭେଲିନ ଥ୍ରୋ ରେ ଜିଲ୍ଲାର କିଶୋର ଜେନା ରୌପ୍ୟ ବିଜୟୀ ହୋଇ ଇତିହାସ ରଚିଛନ୍ତି। ଖୋ ଖୋ ରେ ଅନନ୍ୟା ପ୍ରଧାନ ଜାତୀୟ ସ୍ତର ପାଇଁ ମନୋନୀତ ହୋଇ କୃତିତ୍ୱ ହାସଲ କରିଛନ୍ତି ।ରୌପ୍ୟ ବିଜୟୀ ହୋଇ ଥିବାରୁ ରାଜ୍ୟ ସରକାର ସମସ୍ତ ଖେଳାଳୀ ଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ ର ବ୍ୟବସ୍ଥା କରିଛନ୍ତି। ଭବିଷ୍ୟତରେ କ୍ରୀଡା ର ବିକାଶ ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଖୋ ଖୋ କ୍ରୀଡାବିତ ମାନେ ସମଗ୍ର ଦେଶରେ ସେମାନଙ୍କ ଦକ୍ଷତା ପ୍ରତିପାଦିତ କରିଛନ୍ତି ବୋଲି କହିବା ସହ ଭବିଷ୍ୟତ ରେ ଆହୁରି ଅଧିକ ପରିଶ୍ରମ ଓ ପ୍ରଶିକ୍ଷଣ ଦ୍ଵାରା ସେମାନେ ଯେମିତି ସ୍ୱର୍ଣ୍ଣ ପଦକ ହାସଲ କରିବେ ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ଜାତୀୟ କ୍ରୀଡା ର ଫାଇନାଲ ରେ ଓଡିଶା ପୁରୁଷ ଓ ମହିଳା ଦଳ ମହାରାଷ୍ଟ୍ର ଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଥିଲେ୍ ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ରାକେଶ ପଣ୍ଡା।,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଓଡିଶା ମୋ ପରିବାର ର ସମ୍ପାଦକ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ ପ୍ରତିନିଧି ବିଦ୍ୟାଧର ସ୍ୱାଇଁ,ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ,ପୁରୁଷ ଦଳ କୋଚ ଚୌଧୁରୀ ପାର୍ଥ ସାରଥି ମହାପାତ୍ର ଓ ମହିଳା ଦଳ ମ୍ୟାନେଜର ଏଲିନା ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ କ୍ରୀଡାବିତ ଙ୍କୁ ଉତ୍ସାହିତ କରିଥିଲେ।
Related Stories
November 23, 2024