ଭୁବନେଶ୍ୱର, ପୁଣି ବିବାଦରେ ଧନୁପାଲି ଥାନାର ପୂର୍ବତନ ତଥା ପୁଇଁତଳା ଆଇଆଇସି ଅନିତା ପ୍ରଧାନ । 60ଟି ମାମଲାର ଚାର୍ଜସିଟ୍ ଦାଖଲ କରିନାହାନ୍ତି ଅନିତା । ଏପରିକି ମାଲଖାନ ମଧ୍ୟ ହସ୍ତାନ୍ତର କରିନଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଚିଠି ପରେ ବି ହାଜର ହେଉନାହାନ୍ତି ଅନିତା । ଯାହାର ବିରୋଧରେ ଅନିତାଙ୍କ ନାଁରେ ଧନୁପାଲି ଥାନାରେ ମାମଲା ରୁଜୁ ହୋଇଛି । ସମ୍ବଲପୁର ଏସପି ମୁକେଶ କୁମାର ଭାମୁଙ୍କ ନିର୍ଦ୍ଦେଶ କ୍ରମେ ଧନୁପାଲି ଥାନାରେ ମାମଲା ରୁଜୁ ହୋଇଛି । ପୂର୍ବରୁ ଅନିତା ପ୍ରଧାନ ଧନୁପାଲି ଥାନା ଅଧିକାରୀ ଥିବା ବେଳେ ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲା ପୁଇତଲା ଥାନା ଅଧିକାରୀ ଅଛନ୍ତି ।
Related Stories
November 23, 2024