
ଭୁବନେଶ୍ୱର,ନୟାଗଡରେ ଲଜ୍ଜା । ଜଣେ ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରିମାଡ କଲା ଦୁର୍ବୃତ୍ତ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଇଟାମାଟି ଥାନା ଅଞ୍ଚଳରେ ଜଣେ ସ୍ବାମୀ ପରିତ୍ୟକ୍ତା ଏବଂ ମାନସିକ ବିକାରଗ୍ରସ୍ତ ମହିଳା ଗତକାଲି ରାତିରେ ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଶୋଇଥିବାବେଳେ ଗାଁର ପାଣ୍ଡା ନାମକ ଜଣେ ନିଶାଗ୍ରସ୍ତ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ସହ ଛୁରା ମାଡ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ରକ୍ତଜୁଡୁବୁଡୁ ଅବସ୍ଥାରେ ମହିଳା ଜଣକ ପଡିଥିବା ଅବସ୍ଥାରେ ଦେଖି ପରିବାର ଲୋକ ତାଙ୍କୁ ନୟାଗଡ ମେଡିକାଲକୁ ଆଣିଥିଲେ । ଇଟାମାଟି ଥାନାଅଧିକାରୀ ମେଡିକାଲକୁ ଆସି ପୀଡିତା ଏବଂ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛନ୍ତି ।.