
ନୂଆଦିଲ୍ଲୀ, ଅନ୍ତର୍ଜାତୀୟ ମାନବ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଥିବାରୁ ଏନଆଇଏକୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ଗୁରୁବାର ସୋସିଆଲ ମିଡିଆ ଏକ୍ସରେ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷିତ ଭାରତ ସ୍ୱପ୍ନକୁ ସାକାର କରି ଏନଆଇଏ 5ଟି ମାନବ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛନ୍ତି । 10ଟି ରାଜ୍ୟରେ ଏକସଙ୍ଗରେ କରାଯାଇଥିବା ଅପରେସନରେ 44ଜଣଙ୍କୁ ଗିରଫ କରାଯାଇଛି । ସେଥିପାଇଁ ଏନଆଇଏର ଟିମକୁ ଶୁଭେଚ୍ଛା ଜଣାଉଛି । ମୋଦି ସରକାର ଅବୈଧ ଇମିଗ୍ରେସନକୁ ଗୁରୁତର ସହ ନେଇଛନ୍ତି । ଦେଶକୁ ଏହି ବିପଦରୁ ରକ୍ଷା କରିବା ନିମନ୍ତେ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଶାହ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ମାନବ ଚାଲାଣ ମାମଲାରେ ଏନଆଇଏ ବୁଧବାର ଦେଶର 10ଟି ରାଜ୍ୟରେ ଏକସଙ୍ଗରେ ରେଡ୍ କରି 44ଜଣଙ୍କୁ ଗିରଫ କରିଛି ।