
-
ପାରାଦୀପ ବନ୍ଦର ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ
ଭୁବନେଶ୍ୱର – ଆସନ୍ତା ୨୭ ତାରିଖରେ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଚଳିତ ମାସ ୨୭ ତାରିଖରେ ପାରାଦୀପ ବନ୍ଦର ଅଥରିଟିଙ୍କ ପକ୍ଷରୁ ପାଳନ ହେବାକୁ ଯାଉଥିବା ଏହି ବୋଇତ ବନ୍ଦାଣ ଉତ୍ସବରେ ମହାମହିମ ଯୋଗଦେବା ପାଇଁ ସ୍ୱୀକୃତି ପ୍ରଦାନ କରିିଛନ୍ତି । ରାଷ୍ଟ୍ରପତି ଆସନ୍ତା ୨୭ ତାରିଖ ଦିନ ୧୦ ଟା ଠାରୁ ମଧ୍ୟାହ୍ନ ୧୨:୩୦ ପର୍ଯ୍ୟନ୍ତ ରହିବେ । ଆମ ଓଡ଼ିଆ ଜାତିର ଅନନ୍ୟ ପରମ୍ପରା, ସାତ ସାଧବ ପୁଅ ଙ୍କର ବୀରତ୍ୱ ର ଗାଥା ବହନ କରୁଥିବା ଏହି ବୋଇତ ବନ୍ଦାଣ ଉତ୍ସବ ବନ୍ଦର କର୍ତୁପକ୍ଷ ପ୍ରତିବର୍ଷ ପାଳନ କରୁଥିବା ବେଳେ ଚଳିତ ବର୍ଷ ମହାମହିମ ରାଷ୍ଟ୍ରପତି ଙ୍କୁ ମୁଖ୍ୟ ଅତିଥି ଭାବେ ପାଇବାକୁ ଯାଉଛି ପାରାଦୀପ ବନ୍ଦର । ଗତ କାଲି ରାତିରୁ ଏହି ସ୍ୱୀକୃତି ପତ୍ର ଆସିବା ପରେ ଜିଲ୍ଲା ପ୍ରଶାସନ ଓ ବନ୍ଦର କର୍ତୁପକ୍ଷ ତତ୍ପର ହୋଇ ଉଠିଛନ୍ତି ।