
ଭଞ୍ଜନଗର – ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୋଟର କାର୍ଡ ସଂଶୋଧନ ସଂକ୍ରାନ୍ତୀୟ ତାଲିମ କାର୍ଯକ୍ରମ ଅନୁଷ୍ଠିତ ହେଇଯାଇଛି | ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଅଧ୍ୟକ୍ଷତା କରିଥିଲେ | ମାଷ୍ଟର ଟ୍ରେନର ଶ୍ରୀ କୁରେସ ଜାନି ଉପସ୍ଥିତ ଥିବା ସମସ୍ତ ଏ. ଇ. ଆର. ତଥା ତହସିଲଦାର ମାନକୁ ସଂଶୋଧନ ପ୍ରକ୍ରିୟା କିପରି ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ କରାଯିବ ତାହାକୁ ପାୱାରପଏଣ୍ଟ ରେ ବୁଝେଥିଲେ | ଦରଖାସ୍ତ ଗ୍ରହଣ ତାରିଖ ଆସନ୍ତା ଅକ୍ତବର 15 ତାରିଖ ପର୍ଯ୍ୟନ୍ତ ଚାଲିବ | ଭୋଟର ତାଲିକାରେ ନାମ ଯୋଗ, ସଂଶୋଧନ, କିମ୍ବା ବାଦ ପଡିଥିଲେ ଆବେଦନ କରିପାରିବେ | ଆସନ୍ତା 18 ରୁ 21 ତାରିଖ ମଧ୍ୟରେ ସମସ୍ତ ବୁଥ ସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜର ମାନକୁ ଏହି ସଂକ୍ରାନ୍ତରେ ବିଭିନ୍ନ ବ୍ଲକ ରେ ତାଲିମ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି | ସମସ୍ତେ କିପରି ନିଜ ନାମ ଭୋଟର ତାଲିକାରେ ସାମିଲ କରିପାରିବେ ସେଥିପାଇଁ ବ୍ୟାପକ ସଚେତନ କରାଯିବ | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଏ.ଇ. ଆର. ର ଯଥା ଭଞ୍ଜନଗର ତହସିଲଦାର ଦିନମଣି ନାୟକ, ଜଗନ୍ନାଥପ୍ରସାଦ ତହସିଲଦାର ବାସୁଦେବ ପାଣ୍ଡେ, ସୋରଡ଼ା ତହସିଲଦାର ଅମର କୁମାର ବସନ୍ତରାୟ, ବେଲଲଗୁଣ୍ଠା ତହସିଲଦାର ସରୋଜ କୁ ବେହେରା, ସମେତ ଅନ୍ୟ ବିଡ଼ିଓ, ତହସିଲଦାର ଏବଂ ସୁପରଭାଇଜର ମାନେ ଉପସ୍ଥିତ ଥିଲେ |