ନୂଆଦିଲ୍ଲୀ, ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି । ଅଖଣ୍ଡତା ଏବଂ ଉତ୍ସର୍ଗୀକୃତର ସେ ହେଉଛନ୍ତି ଉଦାହରଣ, ଆମ ଦେଶକୁ ସୁଦୃଢ କରିବା ଦିଗରେ ତାଙ୍କର ଅବଦାନ ଅବିସ୍ମରଣୀୟ । ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଜାତୀୟ ପ୍ରଗତି ଏବଂ ଏକତାକୁ ବୃଦ୍ଧି କରିଛି । ମୁଁ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ସୁଦୀର୍ଘ ଜୀବନ କାମନା କରୁଛି । ଦେଶ ନିର୍ମାଣ ଦିଗରେ ତାଙ୍କର ଅବଦାନ ସର୍ବଦା 140କୋଟି ଭାରତୀୟଙ୍କ ପାଇଁ ପ୍ରେରଣା ବୋଲି ପିଏମ ମୋଦି କହିଛନ୍ତି ।
Related Stories
November 23, 2024