ଭୁବନେଶ୍ୱର, ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ବୁଧବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ନିଜ ଇସ୍ତଫାପତ୍ର ଦେଇଛନ୍ତି । ସେ କହିଛନ୍ତି ଯେ ଉପବାଚସ୍ପତି ଏକ ସାମ୍ବିଧାନିକ ପଦ । ସାମ୍ବିଧାନିକ ପଦବୀରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରୁନଥିଲି । ଆଖି ଆଗରେ ନିର୍ବାଚନ ଅଛି । ତେଣୁ ଦଳୀୟ ସଂଗଠନ ସହ ଦଳୀୟ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛି । ସାମ୍ବିଧାନିକ ପଦରେ ଥିବାରୁ ସଂଗଠନ ଓ ଦଳୀୟ ଲୋକଙ୍କ ସହ ମିଶି ପାରୁ ନଥିଲି । ସଂଗଠନ ଓ ଦଳୀୟ ଲୋକଙ୍କ ସହ ମିଶିବା ପାଇଁ ଇସ୍ତଫା ଦେଇଛି । ଏହା ହଠାତ୍ ନିଷ୍ପତି ନୁହେଁ । ବହୁ ଦିନର ନିଷ୍ପତି ଥିଲା ।
୨୦୦୪ ମସିହାରୁ ଶ୍ରୀ ସିଂହ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି । ୨୦୧୯ ଜୁନ୍ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ । ଅନୁଗୁଳରେ ଳର ସ୍ଥିତି ଖରାପ ଥିବାରୁ ତାଙ୍କୁ ସଂଗଠନ କଥା ବୁଝିବାକୁ କୁହାଯାଇଥିବା ଚର୍ଚ୍ଚା ହେଉଛି ।