ଭୁବନେଶ୍ୱର,ଛତିଶଗଡ଼ରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡିଆ ଯବାନ ପ୍ରକାଶ ଚନ୍ଦ୍ର ଶିଅଳ ଶହୀଦ ହେବା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି ।
ସୋସିଆଲ ସାଇଟ୍ ଏକ୍ସରେ ସେ ଲେଖିଛନ୍ତି ଛତିଶଗଡ଼ରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ କାର୍ଯ୍ୟରତ ବାଲେଶ୍ୱର ଜିଲ୍ଲାର ବିଏସଏଫ୍ ଯବାନ ପ୍ରକାଶ ଚନ୍ଦ୍ର ଶିଅଳ ଶହୀଦ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦେଶ ମାତୃକା ପାଇଁ ତାଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।