ଚମ୍ପୁଆ, ଚମ୍ପୁଆ ରେଞ୍ଜ ରଜିଆ, ପତଳା ଜଙ୍ଗଲରେ ଏକ ସପ୍ତାହରୁ ଅଧିକ ହେବ ହାତୀ ଗାଁ ଛାଡି ଯିବାର ନାଁ ଧରୁ ନାହାନ୍ତି । ଦୈନିକ ହାତୀ ପାଦତଳେ ଉଜୁଡୁଛି ଏକର ଏକର ଫଳନ୍ତି ଧାନ କ୍ଷେତ । ୪୨ ଟିକିଆ ହାତୀ ପଲ ପାଇଁ ଚିନ୍ତାରେ ରହିଛନ୍ତି ଚାଷୀ । ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନା ଫଳାଇଥିବା ଧାନ ବିଲ ହାତୀ ପାଦତଳେ ଉଜୁଡି ଯାଉଥିବା ଦେଖି ପତଳା ଗ୍ରାମର ଚାଷୀ ଅନ୍ୟ ଉପାୟ ନ ପାଇ ଆଜି ଚମ୍ପୁଆ ରେଞ୍ଜ ଅଫିସରେ ରେଞରଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।ହାତୀ ପଲ ଧାନ ଅମଳ ସମୟରେ ଉତ୍ପାତ ଜାରି ରଖିଥିବା ବେଳେ ଏବେ ଚାଷୀଙ୍କ ପାଇଁ ମୁଣ୍ଡ ବଥାର କାରଣ ସାଜିଛନ୍ତି ହାତୀ ପଲ । ବନ ବିଭାଗ ହାତୀ ଘଉଡ଼େଇବାରେ ସମ୍ପୁର୍ଣ୍ଣ ବିଫଳ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଚମ୍ପୁଆ ବ୍ଲକ ପତଳା ନିକଟବର୍ତ୍ତି କାଳିକା ପ୍ରସାଦ ରିଜର୍ଭ ଜଙ୍ଗଲରେ ଏକ ସପ୍ତାହରୁ ୪୨ ଟିକିଆ ହାତୀ ପଲ ଆଡ୍ଡା ଜମାଇଥିବା ବେଳେ ସନ୍ଧ୍ୟା ହେଲା ମାତ୍ରେ ଗ୍ରାମର ଆଖ ପାଖ ଧାନ ବିଲ ମାଡି ଚକଟି ନଷ୍ଟ କରୁଛନ୍ତି । ଚାଷୀଙ୍କ ଆଖି ଆଗରେ ତାଙ୍କ ସୁନା ଫଳିଥିବା ଧାନ କ୍ଷେତ ଉଜୁଡି ଯାଉଥିବା ଦେଖି ଚାଷୀ ମହଲରେ ଅସନ୍ତୋଷ ପୁଞ୍ଜିଭୂତ ହୋଇଛି । ବନ ବିଭାଗ ହାତୀ ଘଉଡ଼େଇବାରେ ବିଫଳ ହେବା ନେଇ ଆଜି ଗ୍ରାମବାସୀ ଚମ୍ପୁଆ ରେଞ୍ଜ ଅଫିସ ଘେରାଉ କରିଥିବା ବେଳେ ଖୁବ ଶୀଘ୍ର ହାତୀଙ୍କୁ ଘଉଡ଼େଇବାକୁ ଚମ୍ପୁଆ ରେଞ୍ଜର ପ୍ରତିଶୃତି ଦେଇ ଥିବା ଜଣା ପଡିଛି ।
Related Stories
November 23, 2024