ଦମୋହ, ଦମୋହ ବିଧାନସଭା ମଣ୍ଡଳୀରୁ କଂଗ୍ରେସକୁ ନିଶାନା ସାଧିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ, ଦେଶ କଂଗ୍ରେସକୁ ସୁଯୋଗ ଦେଇଥିଲା । କିନ୍ତୁ ଲୋକଙ୍କୁ ଜଣାନଥିଲା ପ୍ରଧାନମନ୍ତ୍ରୀ କଣ କରୁଛନ୍ତି । କାହିଁକିନା ପ୍ରଧାନମନ୍ତ୍ରୀ ରିମୋଟରେ ପରିଚାଳିତ ହେଉଥିଲେ । ରିମୋଟରେ କଣ୍ଟ୍ରୋଲ କରିବା ଅଭ୍ୟାସ କଂଗ୍ରେସର ଯାଇନାହିଁ । ଆଜିକାଲି କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ରିମୋଟରେ ପରିଚାଳିତ ହେଉଛନ୍ତି । ଯେତେବେଳେ ରିମୋଟରେ ବ୍ୟାଟେରୀ ଶେଷ ହେଇଯାଇଛି, ତାଙ୍କ ପାଟିରୁ କିଛି ଭଲ କଥା ବାହାରିଯାଉଛି । କାଲି ସେ ନିଜ ଭାଷଣରେ ପାଣ୍ଡବଙ୍କୁ ମନେ ପକାଇଥିଲେ । ଏହାର ଅର୍ଥ ସେ ସନାତନକୁ ମନେ ପକାଇଥିଲେ । ଯେତେବେଳେ ରିମୋଟ ଚାଲେ ସେତେବେଳେ ସନାତନକୁ ଗାଳି ଦେଇଥାନ୍ତି । ରିମୋଟ ବନ୍ଦ ହେବା ଯୋଗୁ ସେ କହିଛନ୍ତି ବିଜେପିରେ ପାଞ୍ଚ ପାଣ୍ଡବ ଅଛନ୍ତି । ଯେତେବେଳେ ସତ କୁହନ୍ତି, ଏଭଳି ପାଟିରୁ ବାହାରିଯାଏ । ତେବେ ଆମକୁ ଗର୍ବ ହେଉଛି ଯେ, ଆମେ ପାଣ୍ଡବଙ୍କ ରାସ୍ତାରେ ଚାଲୁଛୁ କହି କଂଗ୍ରେସକୁ ସମାଲୋଚନା କରିଛନ୍ତି ପିଏମ ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦମୋହରେ 8ଜଣ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ମଧ୍ୟପ୍ରଦେଶରେ ପୁଣି ଥରେ ଡବଲ ଇଞ୍ଜିନ ସରକାର ଗଠନ ହେବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।